ଗୋଟିଏ ଗୁଳିରେ ଦୁଇ କଳାକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ଶିବାସନା ମଧ୍ୟରେ ବିବାଦ ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି । ଏବେ ଶିବସେନା ତା’ର ମୁଖପତ୍ର ‘ସମାନା’ ଜରିଆରେ କଙ୍ଗନାଙ୍କୁ ଟାର୍ଗେଟ କରିଛି । ରବିବାର ପୁଣିଥରେ ଦଳ କହିଛି ମୁମ୍ବାଇକୁ ପାକିସ୍ତାନ କହୁଥିବା ଅଭିନେତ୍ରୀଙ୍କ ପଛରେ କିଏ ରହିଛି । ଏହାସହ କଙ୍ଗନାଙ୍କ ବିରୋଧରେ କେହି ସେଲିବ୍ରିଟି ମୁହଁ ଖୋଲୁ ନ ଥିବା ଘଟଣା ମଧ୍ୟ ଶିବସେନା ହଜମ କରି ପାରି ନାହିଁ । ‘ସାମନା’ରେ ଲେଖାଯାଇଛି ଅତିକମ୍‌ରେ ଅକ୍ଷୟ କୁମାରଙ୍କ ଭଳି ବଡ ବଡ କଳାକାର ଏହି ଘଟଣାରେ ସାମ୍ନକୁ ଆସିବା କଥା । କାରଣ ମୁମ୍ବାଇ ଏମାନଙ୍କୁ ବହୁତ କିଛି ଦେଇଛି । ତେଣୁ ଏମିତି ଘଡିସନ୍ଧି ମୁହୂର୍ତ୍ତରେ ମହାରାଷ୍ଟ୍ରର ଭୂମିପୁତ୍ରଙ୍କୁ ଏକାଠି ହେବା ଦରକାର । ସାମନାରେ ଆହୁରି ମଧ୍ୟ ଲେଖାଯାଇଛି ମହାରାଷ୍ଟର ରାଜଧାନୀ ମୁମ୍ବାଇକୁ ପୁଣିଥରେ ଗ୍ରହଣ ଲାଗିବାକୁ ଯାଉଛି । ଆଉ ଏହା ବାହାର ଲୋକଙ୍କ ଦ୍ୱାରା କରାଯାଉଛି । ଆଉ ଏହାକୁ ମଜଭୁତ କରିବାକୁ ଆମରି ଘରର ଲୋକେ ହିଁ ସହାୟତା କରୁଛନ୍ତି ବୋଲି କୁହାଯାଇଛି । ମୁମ୍ବାଇକୁ ପାକିସ୍ତାନ ବୋଲି କୁହାଗଲା । ମୁମ୍ବାଇକୁ ଅପମାନ ଦେଉଥିବା ଜଣେ ଅଭିନେତ୍ରୀଙ୍କ ବେଆଇନ ଘରକୁ ବିଏମ୍‌ସି ଦ୍ୱାରା ଭଙ୍ଗାଗଲା । ହେଲେ ଦୁର୍ଭାଗ୍ୟର ବିଷୟ କେହି ଏହାକୁ ବିରୋଧ କଲେ ନାହିଁ । ଏହାକୁ ନେଇ ସାମନା ଲେଖିଛି, ଏଭଳି ମାମଲାରେ ବଲିଉଡ୍ ସମ୍ପୂର୍ଣ୍ଣ ଭାବେ ନ ହେଲା ନାହିଁ ଅତିକମ୍‌ରେ ଅଧା ବଲିଉଡ୍‌କୁ ତ ମୁମ୍ବାଇ ଅପମାନର ବିରୋଧ କରିବା କଥା । ବିଶେଷ ଭାବେ ଅକ୍ଷୟ କୁମାରଙ୍କ ଭଳି ବଡ ବଡ କଳାକାର ତ ସାମ୍ନାକୁ ଆସିବା କଥା । କାରଣ ମୁମ୍ବାଇ ଏମାନଙ୍କୁ ବହୁତ କିଛି ଦେଇଛି । ହେଲେ ଏହାର କୃତଜ୍ଞତା ଜଣାଇବାକୁ ଅନେକଙ୍କୁ କଷ୍ଟ ଲାଗୁଛି ବୋଲି କୁହାଯାଇଛି ।

Share