Categories: ଜାତୀୟ

ମେହେବୁବାଙ୍କ ତ୍ରିରଙ୍ଗା ବୟାନକୁ ନେଇ ବର୍ଷିଲେ ସଞ୍ଜୟ

ମୁମ୍ବାଇ,୨୮ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ତ୍ରିରଙ୍ଗାକୁ ନେଇ ଦେଇଥିବା ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । ଶିବସେନା ପ୍ରବକ୍ତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ମେହେବୁବାଙ୍କ ମନ୍ତବ୍ୟର କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଏହା ଦେଶଦ୍ରୋହ । ସଞ୍ଜୟ କହିଛନ୍ତି ଯଦି ମେହେବୁବା ମୁଫତି, ଫାରୁକ ଅବଦୁଲ୍ଲା ଓ ଅନ୍ୟ ନେତା ଚାଇନା ସହାୟତାରେ କଶ୍ମୀରରେ ଅନୁଚ୍ଛେଦ ୩୭୦ ଲାଗୁ କରିବାକୁ ଚାହୁଁଛନ୍ତି ତେବେ କେନ୍ଦ୍ର ସରକାର ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ।

Share