Categories: ଜାତୀୟ

ନୂଆ ସରକାରକୁ ଶୁଭେଚ୍ଛା ଜଣାଇଲେ ସଞ୍ଜୟ

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ନୂଆ ସରକାର ଗଠନକୁ ନେଇ ଶିବସେନା ନେତା ତଥା ଏମ୍‌ପି ସଞ୍ଜୟ ରାଉତ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାଙ୍ଗିବା ଗଢିବା ଆମ ପାଇଁ ପୁରୁଣା କଥା ହାଇଯାଇଛି । ଏବେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହୋଇଛି । ନୂଆ ସରକାର ଭାରତୀୟ ଜନତା ପାର୍ଟି(ଭାଜପା) ସହ ଏକ ଚୁକ୍ତି କରିଛି ଓ ଦଳୀୟ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି । ଦେଶରେ ଏଭଳି ଘଟଣା ଅନେକ ଥର ଘଟିଛି ତେଣୁ ଏହା କିଛି ନୂଆ କଥା ନୁହେଁ । ଆମେ ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଉଛୁ ।
ଏହା ପୂର୍ବରୁ ସଞ୍ଜୟ ରାଉତ ଶୁକ୍ରବାର ଇଡିରେ ହାଜର ହେବାର ଥିଲା । ତେଣୁ ଏହା ପୂର୍ବରୁ ସେ ଟୁଇଟ କରି ଶିବସେନା କର୍ମୀଙ୍କୁ କହିଥିଲେ ଏ ନେଇ କେହି ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ମୁଁ ଜଣେ ନାଗରିକ ସହ ଜଣେ ଏମପି, ମୁଁ ଇଡି ନିକଟରେ ନିଶ୍ଚିତ ଭାବେ ହାଜର ହେବି । ଯେତେବେଳେ ଉଦ୍ଧବ ଠାକରେ ସରକାର ଆସିଥିଲା ସେତେବେଳେ ଭାଜପା କହିଥିଲା ଏ ସରକାର ଆମକୁ ଅଡୁଆରେ ପକାଇବ । ହେଲେ ଆମେ ସେମିତି କିଛି କରିବୁ ନାହିଁ । ସେମାନଙ୍କୁ ସୁଯୋଗ ଦେବୁ ଜନତାଙ୍କ ପାଇଁ କାମ କରିବାକୁ ।

Share