Posted inଜାତୀୟ

କେବେ ଘୋଷଣା ହେବ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ? ଖୁଲାସା କଲେ ଶିନ୍ଦେ ଦଳର ନେତା

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ମହାୟୁତି ଗଠବନ୍ଧନର ବଡ଼ ବିଜୟ ପରେ ନୂତନ ସରକାର ଗଠନ ପ୍ରକ୍ରିୟା ଧୀରେ ଧୀରେ ଆଗକୁ ବଢୁଛି। ଏହି ସମୟରେ ବିଧାୟକ ତଥା ଶିବସେନା ଶିନ୍ଦେ ଦଳର ମୁଖପାତ୍ର ସଞ୍ଜୟ ଶିରସାଟ କହିଛନ୍ତି ଯେ ଏହି କ୍ୟାବିନେଟରେ ନୂଆ ଚେହେରା ଦେଖିବାକୁ ମିଳିବ। ୩୦ ତାରିଖ ସୁଦ୍ଧା ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ଶିରସାଟ କହିଛନ୍ତି ଯେ ପ୍ରତ୍ୟେକ ଦଳର ବିଧାୟକମାନେ ସେମାନଙ୍କ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହାଁନ୍ତି, କିନ୍ତୁ ତିନି ଦଳର ବରିଷ୍ଠ ନେତାମାନେ ଏହି ନିଷ୍ପତ୍ତି ଗ୍ରହଣ କରିବେ। ଯେଉଁ ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ, ସେହି ଦିନ କିଛି କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ। ଏହାର କାରଣ ହେଉଛି ସମ୍ମିଳନୀର ତାରିଖ ପାଖେଇ ଆସିଛି ଏବଂ ସେହି ସମୟରେ ଅନେକ କାର୍ଯ୍ୟ କରିବାକୁ ପଡିବ, ଏଥିପାଇଁ ଜଣେ ମନ୍ତ୍ରୀ ରହିବା ବାଧ୍ୟତାମୂଳକ ଅଟେ।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଭାଜପା ପକ୍ଷରୁ ଦେବେନ୍ଦ୍ର ଫଡନ୍‌ଭିସ୍‌ଙ୍କ ନାମ ଆଗରେ ରହିଛି। ଅଜିତ ପାୱାରଙ୍କ ମଧ୍ୟ ଭାଜପା ସିଏମ ସହ କୌଣସି ଅସୁବିଧା ନାହିଁ। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ଅଜିତ ପାୱାର ଦିଲ୍ଲୀର ଭାଜପା ହାଇକମାଣ୍ଡଙ୍କ ନିକଟରେ ନିଜର ବାର୍ତ୍ତା ଦେଇଛନ୍ତି ଯେ ଯଦି ମହାରାଷ୍ଟ୍ରରେ ଭାଜପାର ସିଏମ ହୁଏ ତେବେ ତାଙ୍କୁ କୌଣସି ସମସ୍ୟା ନାହିଁ। ସୋମବାର ଫଡନ୍‌ଭିସ୍‌ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ହୁଏତ ଭାଜପାର ଶୀର୍ଷ ନେତୃତ୍ୱଙ୍କୁ ଭେଟିପାରନ୍ତି। ଅନ୍ୟପଟେ ଶିନ୍ଦେ ଦଳର ସମର୍ଥକମାନେ ଚାହୁଁଛନ୍ତି ଯେ ସେମାନଙ୍କ ନେତାଙ୍କୁ ପୁଣିଥରେ ସିଏମ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

କୋଷ୍ଟଗାର୍ଡ ହେଲିକପ୍ଟର କ୍ରାସ, ୩ ମୃତ

ପୋର୍ଟବ୍ଲେୟାର,୫।୧: ଗୁଜୁରାଟର ପୋରବନ୍ଦର ବିମାନବନ୍ଦରରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋରବନ୍ଦର ଡିଏମ ଏସଡି ଧାନାନି କହିଛନ୍ତି ଯେ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ...

QR Code ସ୍କାନ କରି ନମୋ ଭାରତ ଟ୍ରେନର ଟିକେଟ ନେଲେ ମୋଦି

ନୂଆଦିଲ୍ଲୀ,୫।୧: କମ ସମୟ ମଧ୍ୟରେ ଯାତ୍ରା କରିବାକୁ ଦିଲ୍ଲୀରୁ ମେରୁଟ ଯାଉଥିବା ଯାତ୍ରୀଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏହାକୁ...

ପ୍ରତି ରବିବାର ପୋଲିସ ଷ୍ଟେଶନରେ ହାଜର ହେବେ ପୁଷ୍ପା! ଅଲ୍ଲୁ ଅର୍ଜୁନଙ୍କୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ

ଚେନ୍ନାଇ,୫।୧: ଅଭିନେତା ଅଲୁ ଅର୍ଜୁନ ହାଇଦ୍ରାବାଦର ଚିକ୍କଡପାଲି ପୋଲିସ ଷ୍ଟେଶନରୁ ବାହାରିଥିଲେ। ଜାମିନ ସର୍ତ୍ତ ଅନୁଯାୟୀ ଅଭିନେତା ଅଲୁ ଅର୍ଜୁନଙ୍କୁ ଚିକ୍କଡପାଲି ପୋଲିସ ଷ୍ଟେଶନରେ ହାଜର...

ଭାରତର ଦାରିଦ୍ର୍ୟ ହାରରେ ଉଲ୍ଲେଖନୀୟ ହ୍ରାସ

ନୂଆଦିଲ୍ଲୀ,୫।୧: ଚଳିତ ଆର୍ଥିକ ବର୍ଷରେ ଗ୍ରାମୀଣ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ୪.୮୬% ରେ ପହଞ୍ଚିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ର...

ଦୁର୍ନୀତି ପଦାରେ ପକାଇବାରୁ ମାରିଦେଲେ : ସନ୍ଦେହରେ ଖବରଦାତାଙ୍କ ସମ୍ପର୍କୀୟ ଭାଇ

ନୂଆଦିଲ୍ଲୀ,୫।୧: ଛତିଶଗଡ଼ର ୨୮ ବର୍ଷୀୟ ଖବରଦାତା ମୁକେଶ ଚନ୍ଦ୍ରାକରଙ୍କ ମୃତଦେହ ଏକ ପାଇଖାନା ଟାଙ୍କିରୁ ମିଳିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟା...

ମହାକାଶରେ ଝୁଡ଼ଙ୍ଗ ଗଜାହେଲା

ନୂଆଦିଲ୍ଲୀ,୫।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶର ମାଇକ୍ରୋଗ୍ରାଭିଟି ସ୍ଥିତିରେ ମାତ୍ର ୪ ଦିନ ମଧ୍ୟରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳ ହୋଇଛି।...

୨୦୫୦ ସୁଦ୍ଧା ଖାଉଟି ସାମଗ୍ରୀ ଦର ୩ ଗୁଣା ବଢ଼ିବ

ନୂଆଦିଲ୍ଲୀ,୫।୧(ପି.ଟି.): ଜଳବାୟୁ ପରିବର୍ତ୍ତନର ବହୁଳ ପ୍ରଭାବ ଖାଉଟି ବଜାର ଉପରେ ପଡ଼ିବାକୁ ଯାଉଛି। ମହତ୍ତ୍ୱାକାଂକ୍ଷୀ ଜଳବାୟୁ ନୀତି ସତ୍ତ୍ୱେ ନିମ୍ନ ଆୟକାରୀ ଦେଶଗୁଡ଼ିକରେ ୨୦୫୦ ସୁଦ୍ଧା...

ଡେଟିଂ ଆପ୍‌ରେ ୭୦୦ ମହିଳାଙ୍କୁ ଠକେଇ

ନୂଆଦିଲ୍ଲୀ, ୫।୧: ଜାତୀୟ ରାଜଧାନୀ ଦିଲ୍ଲୀର ଶାକାରପୁର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ଘଟଣା ସାମ୍‌ନାକୁ ଆସିଛି। ନଏଡ଼ାର ଏକ ଘରୋଇ କମ୍ପାନୀରେ ଆଶାୟୀମାନଙ୍କୁ ନିଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri