ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ରାଜ୍ୟରେ ଚାଲିଥିବା ରାଜନୈତିକ ଘଟଣାକ୍ରମକୁ ନେଇ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ‘ସାମନା’ ମାଧ୍ୟମରେ ଭାଜପାକୁ କଡ଼ା ସମାଲୋଚନା କରିଛି। ଉଦ୍ଧବ ଠାକରେଙ୍କ ଦଳ ଶିବସେନା ‘ଅପରେଶନ ଲୋଟସ’କୁ ଆତଙ୍କବାଦୀ ସଂଗଠନ ଅଲକାଏଦା ସହିତ ତୁଳନା କରିଛି। ଏହାସହ ଆତଙ୍କବାଦ ସହ ଭାଜପାର ସମ୍ପର୍କ ରହିଛି ‘ସାମନା’ରେ କୁହାଯାଇଛି।
ଶିବସେନା ନିଜ ମୁଖପତ୍ରରେ ଲେଖିଛି ଯେ, ନିର୍ବାଚିତ ସରକାର ଆଣିବା ପରିବର୍ତ୍ତେ ବିରୋଧୀଙ୍କ ସରକାର ଭାଙ୍ଗିବା ଭଳି ରାଜନୈତିକ ଘଟଣା ଅନେକ ଘଟୁଛି। ଏଥିପାଇଁ ଭାଜପା ପ୍ରସିଦ୍ଧି ଅର୍ଜନ କରିଛି। ‘ଅପରେଶନ ଲୋଟସ’ ଅଲ କାଏଦା ପରି ଆତଙ୍କବାଦୀ ସଂଗଠନରେ ପରିଣତ ହୋଇଛି। ଦିଲ୍ଲୀ ସରକାକୁ ଭାଙ୍ଗିବା ପାଇଁ ଆରମ୍ଭ ହୋଇଥିବା ଅପରେଶନରେ ଭାଜପା ବିଫଳ ହୋଇଛି। ଏହାସହ କିଛିଦିନ ପୂର୍ବରୁ ବିହାରରେ ମଧ୍ୟ ସମାନ ଘଟଣା ଘଟିଥିଲା। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି ଚନ୍ଦ୍ରଶେଖର ରାଓ ଅମିତ ଶାହାଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି ଯେ ‘ଇଡି, ସିବିଆଇ ଇତ୍ୟାଦି ଲଗାଇ ମୋ ସରକାର ଭାଙ୍ଗି ଦେଖାନ୍ତୁ’।