Categories: ଜାତୀୟ

ଶିବସେନା ବିଧାୟକଙ୍କ ଗମ୍ଭୀର ଅଭିଯୋଗ: ମୁଁ ଉଦ୍ଧବ ସରକାରଙ୍କ ସହ ଅଛି,ମୋତେ କରାଯାଇଥିଲା ଅପହରଣ

ମୁମ୍ବାଇ,୨୨।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଲାଗିରହିଛି। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଥିବା ଆକୋଲାର ବିଧାୟକ ନିତିନ ଦେଶମୁଖ ବୁଧବାର ସୁରତରୁ ନାଗପୁର ଫେରିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଥିବା କହିଛନ୍ତି। ତାଙ୍କୁ ଅପହରଣ କରାଯାଇ ଗୁଜରାଟ ନିଆ ଯାଇଥିଲା ଓ ସେ ସେଠାରୁ ଖସି ପଳାଆସିଥିବା ଦାବି କରିଛନ୍ତି।
ନିତିନ ଦେଶମୁଖ କହିଛନ୍ତି, ୧୦୦-୧୫୦ ପୋଲିସ କର୍ମଚାରୀ ମୋତେ ଡାକ୍ତରଖାନା ନେଇଥିଲେ। ମୋର କୌଣସି ରୋଗ ନ ଥିଲେ ମଧ୍ୟ ବଳପୂର୍ବକ ସେଠାରେ ରଖି ମୋର ଚିକିତ୍ସା ଆରମ୍ଭ କରିଦେଇଥିଲେ। ଜବରଦସ୍ତ ମୋତେ ଇଞ୍ଜେକସନ୍‌ ଦିଆଯାଇଥିଲା। ଭଗବାନଙ୍କ କୃପାରୁ ସେଠାରୁ ମୁଁ ପଳାଇଆସିଛି।
ଶିବସେନା ନେତା ସଞ୍ଜୟ ରାଉତ ଏହି ଘଟଣା ସମ୍ପର୍କରେ ଦାବି କରିଥିଲେ ଯେ, ଭାଜପା ସେମାନଙ୍କ ୯ ଜଣ ବିଧାୟକଙ୍କୁ ଅପହରଣ କରିଛି। ତାଙ୍କର ବିଧାୟକମାନେ ମୁମ୍ବାଇକୁ ଫେରିବାକୁ ଚାହୁଁଛନ୍ତି, କିନ୍ତୁ ସେମାନଙ୍କୁ ଫେରିବାକୁ ଦିଆଯାଉ ନାହିଁ। ଅନ୍ୟପକ୍ଷରେ ବିଧାୟକ ନିତିନ ଦେଶମୁଖଙ୍କ ସ୍ତ୍ରୀ ମଙ୍ଗଳବାର ଆକୋଲା ପୋଲିସ ଷ୍ଟେଶନରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।

Share