Categories: ଜାତୀୟ

ମରାଠା ସଂରକ୍ଷଣର ଦାବି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ଶିବିରରେ ଝଡ, ଇସ୍ତଫା ଦେଲେ ୨ ଏମ୍‌ପି

ମୁମ୍ବାଇ,୩୧।୧୦: ମରାଠା ସଂରକ୍ଷଣ ଦାବି ଏବଂ ପ୍ରଦର୍ଶନ ମଧ୍ୟରେ ମରାଠା ସମ୍ପ୍ରଦାୟ ସହ ଏକତା ଦେଖାଇବା ପାଇଁ ହଙ୍ଗୋଲିରୁ ଶିବସେନା ଲୋକସଭା ଏମ୍‌ପି ହେମନ୍ତ ପାଟିଲ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ଦିଲ୍ଲୀର ଲୋକସଭା ସଚିବାଳୟକୁ ପଠାଇଛନ୍ତି। ଏହି ସମୟରେ ନାଶିକ ଏମ୍‌ପି ହେମନ୍ତ ଗୋଡସେ ତାଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନିକଟକୁ ପଠାଇଛନ୍ତି। ପାଟିଲ କହିଛନ୍ତି ଯେ ଲୋକ ସଭା ବାଚସ୍ପତି ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ନ ଥିଲେ ତେଣୁ ସେ ତାଙ୍କ ଇସ୍ତଫା ପତ୍ର କାର୍ଯ୍ୟାଳୟ ସଚିବଙ୍କ ନିକଟରେ ଦାଖଲ କରିଛନ୍ତି। ଉଭୟ ଏମ୍‌ପି ଏକନାଥ ଶିନ୍ଦେଙ୍କ ନିକଟତର ବୋଲି ବିବେଚନା କରାଯାଏ।

Share