Categories: ଜାତୀୟ

ମୋଦି କାର୍ଡ ବ୍ୟବହାର କଲେ ଆମେ ବାଜି ମାରିବୁ: ସଞ୍ଜୟ ରାଉତ

ମୁମ୍ବାଇ,୧୧ା୨: ଶିବସେନା ଏମ୍‌ପି ସଞ୍ଜୟ ରାଉତ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଶୁକ୍ରବାର ମୁମ୍ବାଇରେ ପହଞ୍ଚତ୍ବା ପରେ କହିଛନ୍ତି ମୁମ୍ବାଇ ସହର ଲାଗି ମୋଦି ସେଭଳି କିଛି କରିନାହାନ୍ତି। ଆଗାମୀ ମହାନଗର ନିର୍ବାଚନରେ ଭାଜପା -ଶିନ୍ଦେ ଗ୍ରୁପ୍‌ ଯଦି ମୋଦି କାର୍ଡ ବ୍ୟବହାର କରନ୍ତି ତେବେ ଏହା ସେମାନଙ୍କ ପାଇଁ ବୁମେରାଂ ହେବ। ଆଉ ଏଥିରେ ଶିବସେନା (ୟୁବିଟି) ନିଶ୍ଚିତ ବାଜି ମାରିବ ବୋଲି ସଞ୍ଜୟ ଦୃଢୋକ୍ତି ପ୍ରକାଶ କରିଛନ୍ତି। କେବଳ କଥାରେ ମୁମ୍ବାଇବାସୀ ଭାସିବାକୁ ଭଲପାଆନ୍ତି ନାହିଁ। କାମକୁ ସେମାନେ ବିଶ୍ୱାସ କରନ୍ତି। ଦୀର୍ଘ ଦିନ ହେଲା ସେମାନେ ଆମ ସହିତ ଅଛନ୍ତି ବୋଲି ସଞ୍ଜୟ କହିଛନ୍ତି।

Share