ମୁମ୍ବାଇ,୧ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ସାଙ୍ଗକୁ ସାରା ଦେଶରେ କଂଗ୍ରେସର ସ୍ଥିତି କିଛି ଭଲ ନ ଥିବା ବେଳେ ଏବେ ଦଳକୁ ସୁଧାରିବାକୁ ପରାମର୍ଶ ଦେଇଛି ଶିବସେନା । ଶିବସେନା ମୁଖପତ୍ର ସାମନା ଜରିଆରେ କହିଛି ନବଜୋତ ସିଂ ସିଦ୍ଧୁ ଓ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଖୋସାମଦ କଲେ କିଛି ଲାଭ ନାହିଁ । ଏବେ ସମୟ କଂଗ୍ରେସ ଲମ୍ଫ ମାରି ମଇଦାନକୁ ଆସିବାର । ସାମନାରେ ବି କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ପରାମର୍ଶ ଦିଆଯାଇଛି । ଶିବସେନା କହିଛି କଂଗ୍ରେସକୁ ଜଣେ ଫୁଲ ଟାଇମ ଅଧ୍ୟକ୍ଷ ଦରକାର । ଜନତା ଭାବୁଛନ୍ତି କଂଗ୍ରେସ ରାଜନୀତିରେ ନୂଆ ଚେତନା ଆଣୁ । ସାମନାରେ ଆହୁରି ମଧ୍ୟ ଲେଖାଯାଇଛି କି ଯଦି ମୁଣ୍ଡ ନାହିଁ ତେବେ ଶରୀର ଥାଇ ଲାଭ କ’ଣ । ଆଗକୁ କଂଗ୍ରେସର ଅବସ୍ଥା କ’ଣ ହେବ । ଏହା ଅଧିକାଂଶ ଲୋକ ଚିନ୍ତା କରୁଛନ୍ତି । ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ଅନୁସାରେ କଂଗ୍ରେସର କ’ଣ ବିସର୍ଜନ ହେଉଛି ବୋଲି ପ୍ରଶ୍ନ କରାଯାଇଛି । ଗତ ୭-୮ ବର୍ଷ ହେବ କଂଗ୍ରେସର ଅବସ୍ଥା ଠିକ ନାହିଁ ବୋଲି ଶିବସେନା କହିଛି ।
Posted inଜାତୀୟ