Categories: ଜାତୀୟ

ଲଭ୍ ଜିହାଦକୁ ନେଇ ନୀତୀଶଙ୍କୁ ଟାର୍ଗେଟ କଲେ ସଞ୍ଜୟ

ମୁମ୍ବାଇ,୨୩ ।୧୧: ଲଭ ଜିହାଦ ପ୍ରସଙ୍ଗ ଏବେ ଦେଶର ରାଜନୀତିକୁ କରୁଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ରାଜ୍ୟ ଗୁଡିକ ଏବେ ଲଭ ଜିହାଦକୁ ନେଇ ଆଇନ ଆଣିବାକୁ ପ୍ର୍‌ସ୍ତୁତ ହେଉଛନ୍ତି । ଅନ୍ୟପଟେ ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଏହାକୁ ନେଇ ନାମ ନ ନେଇ ସେ ଭାଜପାକୁ ଘେରିଛନ୍ତି । ସେ କହିଛନ୍ତି ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନ ପାଇଁ ଏହାକୁ ପ୍ରସଙ୍ଗ କରାଯାଉଛି, ହେଲେ ବିକାଶକୁ ନେଇ କେହି ଚର୍ଚ୍ଚା କରୁ ନାହାଁନ୍ତି । ଶ୍ରୀ ରାଉତ କହିଛନ୍ତି ଲଭ ଜିହାଦକୁ ନେଇ ଦେଶରେ ଖୁବ୍ ଚର୍ଚ୍ଚା ଚାଲିଛି । ମୋତେ ଲାଗୁଛି ଏହା ଏକ ସଙ୍ଗିନ ମାମଲା । କିନ୍ତୁ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଦେଶର ବିକାଶକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ଲଭ ଜିହାଦକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭିତ୍ତିହିନ ବୋଲି ସଞ୍ଜୟ କହିଛନ୍ତି । ମହାରାଷ୍ଟ୍ରରେ କେତେଜଣ ଏହାକୁ ଲାଗୁ କରିବା କଥା ଉଠାଉଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହୋଇଛନ୍ତି । ହେଲେ ଠାକରେ କହିଛନ୍ତି ଏ ବିଷୟରେ ଯାଞ୍ଚ ପରେ ଚିନ୍ତା କରାଯିବ ।

Share