Categories: ଜାତୀୟ

ରାଜ ଠାକରେଙ୍କୁ ଦ୍ୱିତୀୟ ଓୱାଇସି କହିଲା ଶିବସେନା

ମୁମ୍ବାଇ,୧୯ ।୪: ଲାଉଡ ସ୍ପିକର ବିବାଦକୁ ନେଇ ଶିବସେନା ରାଜ ଠାକରେଙ୍କୁ ଟାର୍ଗେଟ କରିଛି । ଶିବସେନାର ସମ୍ପାଦକୀୟରେ ବାଲା ସାହେବ ଠାକରେଙ୍କ ଉଦାହରଣ ଦେଇ ଲେଖାଯାଇଛି କି କେତେକ ଲୋକ ହିନ୍ଦୁଙ୍କୁ ଓୱାଇସି କରିବାକୁ ତରବର ହେଉଛନ୍ତି । ସେମାନେ ବାଲା ସାହେବ ଠାକରେଙ୍କ ନକଲ କରିବାକୁ ଚାହୁଁଛନ୍ତି, ହେଲେ କରିପାରୁ ନାହାନ୍ତି । ସାମନାରେ ଲେଖାଯାଇଛି କି ବର୍ତ୍ତମାନ ସମୟରେ ଦୁଇ ଦୁଇଜଣ ଓୱାଇସି ଭାରତୀୟ ଜନତା ପାର୍ଟି(ଭାଜପା) କୋଳରେ ବସିଛନ୍ତି । ଶିବସେନା କହିଛି ଭାଜପା ଏବେଠାରୁ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ଆଉ ଏହାର ଆରମ୍ଭ ସେ ମହାରାଷ୍ଟ୍ରରେ ଦୁଇ ଦୁଇ ଜଣ ଓୱାଇସିଙ୍କୁ ମଇଦାନକୁ ଆଣି କରୁଛି ।

ସାମନାରେ ଲେଖାଯାଇଛି, ଶିବସେନା ମୁଖ୍ୟ ବାଲା ସାହେବ ଠାକରେ ହିନ୍ଦୁ ହୃଦୟର ସମ୍ରାଟ ଥିଲେ, ହେଲେ ଧର୍ମାନ୍ଧ ନ ଥିଲେ । ଥରେ ସେ ସ୍ପଷ୍ଟ କରି କହିଥିଲେ ମୁଁ ହିନ୍ଦୁଙ୍କୁ ଜାଗ୍ରତ କରିବାକୁ ଚାହୁଁଛି, ହିନ୍ଦୁଙ୍କର ହତ୍ୟା ହେବାକୁ ଚାହୁଁ ନାହିଁ । ହେଲେ ବାଲା ସାହେବଙ୍କ ଢଙ୍ଗର ନକଲ କରୁଥିବା ଲୋକେ ହିନ୍ଦୁଙ୍କୁ ଓୱାଇସି କରିବାକୁ ବ୍ୟଗ୍ର ହେଉଛନ୍ତି । ଏତେ ତତ୍ପରତା ଭଲ ନୁହେଁ ।

Share