ମୁମ୍ବାଇ,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ଭାଜପା ଜାଣିଶୁଣି ଚିରାଗ ପାସଓ୍ବାନଙ୍କୁ ବିହାର ରାଜନୀତିରେ ପ୍ରବେଶ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ହରାଇବା ହିଁ ଭାଜପାର ମୁଖ୍ୟ ରାଜନୀତି ଥିଲା। ଏନ୍ଡିଏର ବିଜୟ ହୋଇଥିଲେ ମଧ୍ୟ ନୀତିଶଙ୍କ ପରାଜୟ ହୋଇଥିବା ଶିବସେନା କହିଛି। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଦଳ ଜେଡ଼ିୟୁ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି। ଏହାଦ୍ୱାରା ନୀତିଶଙ୍କ ଆତ୍ମଗର୍ବ ଭାଙ୍ଗିପଡ଼ିଛି ବୋଲି ଶିବସେନା କରିଛି। ଚିରାଗ ଜଳି ଭାଜପାକୁ ଆଲୋକିତ କରିଥିବା ସାମନାରେ ପ୍ରକାଶ ପାଇଛି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।