Categories: ଜାତୀୟ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଶିବସେନାର ବସିବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ,୨୫।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶନିବାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି। ଅପରାହ୍ନ ୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ବିଦ୍ରୋହୀ ଶିବସେନା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଏଥିରେ ଆଲୋଚନା ହୋଇପାରେ। ସେହିପରି ଆଜି ସାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆଦିତ୍ୟ ଠାକ୍‌ରେ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷେ, ବିରୋଧୀ ବିଧାୟକ ଏବେ ବି ନିଜ ଜିଦ୍‌ ଅଟଳ ରହିଥିବା ବେଳେ ସରକାର ବଞ୍ଚାଇବାକୁ ଶିବସେନା ଅପ୍ରାଣ ଉଦ୍ୟମ ଚଳାଇଛି।

Share