Categories: ଜାତୀୟ

ପୂର୍ବରୁ କହୁଥିଲେ ମୋଦି ହିଁ ଏକୁଟିଆ ଯଥେଷ୍ଟ, ଇଣ୍ଡିଆ ପରେ ବର୍ତ୍ତମାନ ତାଙ୍କୁ ସମର୍ଥନର ଆବଶ୍ୟକ: ସଞ୍ଜୟ

ମୁମ୍ବାଇ,୨୬।୯: ଶିବସେନାର ଉଦ୍ଧବ ଦଳର ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏହି ସମୟରେ ସଞ୍ଜୟ ରାଉତ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ସରକାର ଉପରେ ଆକ୍ରମଣ କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି , ଇଣ୍ଡିଆ ମେଣ୍ଟ ପୂର୍ବରୁ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦି ହିଁ ଏକୁଟିଆ ଯଥେଷ୍ଟ, କିନ୍ତୁ ବର୍ତ୍ତମାନ ତାଙ୍କୁ ଅଧିକ ସମର୍ଥନର ଆବଶ୍ୟକ।

ଶିବସେନା ନେତା କହିଛନ୍ତି, ଯେତେବେଳେ ଆମେ ଇଣ୍ଡିଆ ମେଣ୍ଟ ଗଠନ କରିଥିଲୁ, ତେବେ ଏହି ଭାଜପା ଲୋକଙ୍କୁ ଏନଡିଏ କଥା ମନେ ପଡିଗଲା। ଏହା ପୂର୍ବରୁ କୁହାଯାଇଥିଲା କେବଳ ପ୍ରଧାନମନ୍ତ୍ରୀ ମୋଦି ଯଥେଷ୍ଟ , ଯେତେବେଳେ ଇଣ୍ଡିଆ ମେଣ୍ଟ ଘୋଷଣା ହେଲା ସେତେବେଳେ ମୋଦିଙ୍କୁ ଅଧିକ ସମର୍ଥନ ଆବଶ୍ୟକ ପଡିଲା। ଯେଉଁ ଏନଡିଏରେ ଶିବସେନା ଏବଂ ଅକାଳୀ ଦଳ ନାହାଁନ୍ତି, ତାହା ଏନଡିଏ ନୁହେଁ।

ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି, ଶିବସେନା ଏବଂ ଅକାଳୀ ଦଳ ଏନଡିଏର ପ୍ରକୃତ ଶକ୍ତି ଥିଲା। ଅନ୍ୟ ସମସ୍ତେ ଆସୁଛନ୍ତି ଏବଂ ଯାଉଛନ୍ତି, କିନ୍ତୁ ଏହି ଏନଡିଏ ଅତ୍ୟନ୍ତ ଦୁର୍ବଳ, କେବଳ ଏତିକି ନୁହେଁ ୨୦୨୪ ପୂର୍ବରୁ ଭାଜପା ମଧ୍ୟ ବୁଡ଼ିଯିବ ବୋଲି ସେ ଏକ ବଡ ବୟାନ ଦେଇଛନ୍ତି ।

Share