Categories: ଜାତୀୟ

ଶିନ୍ଦେ ଗ୍ରୁପକୁ ‘ଓ୍ବାଗନର ସେନା’ ସହ ତୁଳନା କଲେ ସଞ୍ଜୟ ରାଉତ

ମୁମ୍ବାଇ,୨୬।୬: ଉଦ୍ଧବ ଠାକରେ ଗ୍ରୁପର ଏମପି ତଥା ପ୍ରବକ୍ତା ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗ୍ରୁପକୁ ଟାର୍ଗେଟ କରିଛନ୍ତି। ରାଉତ କହିଛନ୍ତି ପୁଟିନ ହେଉଛନ୍ତି ଏକଛତ୍ରବାଦୀ ଶାସକ। ଓ୍ବେଗନରକୁ ପୁଟିନ ଭଡାଟିଆ ସେନା ଭାବେ ନିଯୁକ୍ତ କରିଥିଲେ।ଯେତେବେଳେ ଏକ ଭଡାଟିଆ ସେନା ଶାସନ କରିବାକୁ ଆସେ ସେତେବେଳେ ମାମଲା ଓଲଟା ହୋଇଥାଏ। ମହାରାଷ୍ଟ୍ରରେ ଭଡାଟିଆ ସେନାର ଶାସନ ଚାଲିଛି। ରାଉତ ଭାଜପାକୁ ଚେତାବନୀ ଦେଇଛନ୍ତି ଯେ ଏହା ଭଡାଟିଆ ସେନା। ୱାଗନର୍‌ ସେନାଙ୍କ ପରି ଶିନ୍ଦେଙ୍କ ଭାଡାଟିଆସେନା ମଧ୍ୟ ଭାଜପା ଉପରେ ଆକ୍ରମଣ କରିବାକୁ ଯାଉଛି। ସେମାନେ କାହାର ନୁହଁନ୍ତି।
ପାଟନରେ ଗଣମାଧ୍ୟମ ସହ କଥା ହେଉଥିବା ସମୟରେ ଶିନ୍ଦେ ଗ୍ରୁପର ଆଲୋଚନା କରିଛନ୍ତି। ସ୍ବାର୍ଥପର କାରଣରୁ ଲୋକମାନେ ପାଟନାରେ ଏକାଠି ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସମାଲୋଚନା କରିଥିଲେ। ଯେତେବେଳେ ଏ ବିଷୟରେ ପଚରାଗଲା, ସଞ୍ଜୟ ରାଉତ କର୍ମୀମାନଙ୍କୁ କହିଥିଲେ ଆପଣ କ’ଣ ଦାନ ପାଇଁ ଏକାଠି ହୋଇଛନ୍ତି । ଯଦି ଏହା ସେମାନଙ୍କର ଆଧ୍ୟାତ୍ମିକତା ଏବଂ ପରୋପକାରିତା, ତେବେ ସେମାନଙ୍କୁ ଜଣାନ୍ତୁ। ପରୋପକାରୀତାର ପରିଭାଷାକୁ କାର୍ମୀମାନଙ୍କୁ ବୁଝିବାକୁ ପଡିବ ।

Share