Categories: ଜାତୀୟ

ଶିବସେନା ବନାମ ଶିବସେନା: ମୁମ୍ବାଇର ଦୁଇଟି ସ୍ଥାନରେ ପ୍ରତିଷ୍ଠା ଦିବସ ଆୟୋଜନ ପାଇଁ କରାଯାଉଛି ପ୍ରସ୍ତୁତି

ମୁମ୍ବାଇ,୧୭।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକୁରଙ୍କ ଦଳ ଜୁନ ୧୯ରେ ମୁମ୍ବାଇର ଦୁଇଟି ଭିନ୍ନ ସ୍ଥାନରେ ଶିବସେନାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ, ପ୍ରତିଷ୍ଠାତା ସ୍ବର୍ଗତ ବାଲ ଠାକରେଙ୍କ ରାଜନୀତି (ଆଦର୍ଶ)ର ପ୍ରକୃତ ଉତ୍ତରାଧିକାରୀ କିଏ ବୋଲି ପ୍ରମାଣ କରିବାକୁ ଉଭୟଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ମଧ୍ୟ ହୋଇପାରେ। ଗତ ବର୍ଷ ଏକନାଥ ଶିନ୍ଦେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିବା ପରେ ଶିବସେନା ବିଭାଜିତ ହୋଇଥିଲା ଏବଂ ଦଳର ନାମ ଏବଂ ପ୍ରତୀକ ‘ତିର-ଧନୁଷ’ ଶିନ୍ଦେ ଦଳକୁ ଦିଆଯାଇଥିଲା। ଠାକରେ ଦଳର ନାମ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ରଖାଯାଇଥିଲା। ଗତ ବର୍ଷର ବିଭାଜନ ପରେ ଏହା ହେଉଛି ଶିବସେନାର ପ୍ରଥମ ପ୍ରତିଷ୍ଠା ଦିବସ, ଯାହା ଦୁଇଟି ସ୍ଥାନରେ ପାଳନ କରାଯିବ।

ସୂଚନାଯୋଗ୍ୟ, ଉତ୍ତର ପଶ୍ଚିମ ମୁମ୍ବାଇର ଗୋରେଗାଓଁର ନେସ୍କୋ ମଇଦାନରେ ଏକନାଥ ଶନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବାବେଳେ ଶିବସେନା ୟୁବିଟି ମଧ୍ୟ ଏହାର କାର୍ଯ୍ୟକ୍ରମ ସେଣ୍ଟ୍ରାଲ ମୁମ୍ବାଇର ଶାନମୁଖାନନ୍ଦ ହଲରେ ଅନୁଷ୍ଠିତ ହେବ। ଉଭୟ ଦଳ ପ୍ରକୃତ ଶିବସେନା ବୋଲି ଦାବି କରନ୍ତି।

Share