Posted inଜାତୀୟ

ଶିବସେନା ବନାମ ଶିବସେନା: ସଞ୍ଜୟ-ପ୍ରିୟଙ୍କା ମୁହାଁମୁହିଁ…

ମୁମ୍ବାଇ,୩୧।୭ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ ଶିବସେନା ବିଧାୟକ ସଞ୍ଜୟ ଶିରସାଟ ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁର୍ବେଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି। ପ୍ରିୟଙ୍କା ଚତୁର୍ବେଦୀ ଶିବସେନା ଉଦ୍ଧବ ଠାକରେ ଦଳର ଏମପି । ସଞ୍ଜୟ ଶିରସାଟଙ୍କ ମନ୍ତବ୍ୟ ଉପରେ ପ୍ରିୟଙ୍କା ମଧ୍ୟ ପ୍ରତିଶୋଧ ନେଇ ସଞ୍ଜୟ ଶିରସାଟଙ୍କୁ ବିଶ୍ୱାସଘାତକ ବୋଲି କହିଛନ୍ତି। ଏଥି ସହ ଆଦିତ୍ୟ ଠାକରେ ମଧ୍ୟ ସଞ୍ଜୟ ଶିରସାଟଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି।

ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ବିଧାୟକ ସଞ୍ଜୟ ଦାବି କରିଛନ୍ତି ଆଦିତ୍ୟ ଠାକରେ ପ୍ରିୟଙ୍କା ଚତୁର୍ବେଦୀଙ୍କୁ ତାଙ୍କ ସୌନ୍ଦର୍ଯ୍ୟ ଯୋଗୁ ରାଜ୍ୟସଭାକୁ ପଠାଇଛନ୍ତି। ସଞ୍ଜୟ ଦାବି କରିଛନ୍ତି ତାଙ୍କୁ ପୂର୍ବତନ ଏମପି ଚନ୍ଦ୍ରକାନ୍ତ ଖୈରି ଏହା କହିଥିଲେ। ଚନ୍ଦ୍ରକାନ୍ତ ଉଦ୍ଧବ ଠାକରେଙ୍କ ପାର୍ଟିର ନେତା।

ସଞ୍ଜୟଙ୍କ ମନ୍ତବ୍ୟ ଉପରେ ପ୍ରିୟଙ୍କା ଟୁଇଟ କରି କହିଛନ୍ତି ମୁଁ କିପରି ଦେଖାଯାଉଛି ଏବଂ ମୁଁ ଆଜି ଯେଉଁଠାରେ ଅଛି, ସେଠାରେ କିପରି ପହଞ୍ଚିଛି, ତାହା ଜଣାଇବାକୁ କୌଣସି ବିଶ୍ୱାସଘାତକଙ୍କର ମନ୍ତବ୍ୟର ଆବଶ୍ୟକତା ନାହିଁ। ସଞ୍ଜୟ ତାଙ୍କ ବିବୃତ୍ତିରେ ମହିଳା ଏବଂ ରାଜନୀତିରେ ନିଜର ଅତି ନିମ୍ନ ଧରଣର ଚିନ୍ତାଧାରା ପ୍ରଦର୍ଶନ କରିଛନ୍ତି। ସେ ନିଜ ଆତ୍ମାକୁ ଅନ୍ୟ ପାଖରେ ବିକି ଦେଇଛନ୍ତି। ସେ ଜଣେ ମୂଲ୍ୟହୀନ ବ୍ୟକ୍ତି।

ସଞ୍ଜୟଙ୍କ ମନ୍ତବ୍ୟ ଉପରେ ଆଦିତ୍ୟ ଠାକରେ କହିଛନ୍ତି ତାଙ୍କର ମୁଣ୍ଡରେ ଖରାପ ଚିନ୍ତା ଧାରା ରହିଛି। ସେ ନିଜର ମୂଲ୍ୟ ବିଷୟରେ ଜାଣିଛନ୍ତି। ମୁଁ ଜାଣେ ନାହିଁ ଏପରି ଖରାପ ମାନସିକତା ଥିବା ଲୋକମାନେ ରାଜନୀତିରୁ କିପରି ରହିଛନ୍ତି। ପ୍ରିୟଙ୍କା ୨୦୧୯ରେ କଂଗ୍ରେସ ଛାଡିବା ପରେ ଶିବସେନାରେ ଯୋଗ ଦେଇଥିଲେ। ଶିବସେନା ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ...

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ...

କିଏ ସେହି ବ୍ୟକ୍ତି, ଯିଏ କିରାଣିରୁ ହୋଇଥିଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ ତାଙ୍କର ପୂରା କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ,୨୧ା୯: ଜଣେ ବ୍ୟକ୍ତି ଯେତେ ଗରିବ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଇଚ୍ଛା ଥାଏ, ତେବେ ସେ ନିଜ ରାସ୍ତା ନିଜେ ଖୋଜି ପାଇଥାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri