Categories: ଜାତୀୟ

ଶିବସେନା କାହାର: ପୁଣି ଲଟକିଲା ଫଇସଲା…

ନୂଆଦିଲ୍ଲୀ,୧୧।୫ : ମହାରାଷ୍ଟ୍ରର ଉଦ୍ଧବ ଠାକରେ ବନାମ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା କାହାର ମାମଲାରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ପୁଣି ଫଇସଲାକୁ ପୁଣି ଲଟକାଇଛନ୍ତି। ଏହି ମାମଲା ଏକ ବୃହତ ବେଞ୍ଚକୁ ପଠାଯିବ ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ.ଚନ୍ଦ୍ରଚୂଡ କହିଛନ୍ତି, ନବାମ ରେବିଆ ମାମଲାରେ ଉଠାଯାଇଥିବା ପ୍ରଶ୍ନକୁ ଏକ ବଡ଼ ବେଞ୍ଚକୁ ପଠାଯିବା ଉଚିତ। କାରଣ ଏହା ଅଧିକ ସ୍ବଚ୍ଛତା ଆବଶ୍ୟକ କରେ।

ଏହି ସମଗ୍ର ଘଟଣାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି କୋର୍ଟ କହିଛନ୍ତି। କୌଣସି ଦଳର ଆଭ୍ୟନ୍ତରୀଣ ବିବାଦର ସମାଧାନ ପାଇଁ ଫ୍ଲୋର ଟେଷ୍ଟ କରାଯାଇପାରିବ ନାହିଁ ।

ସୁପ୍ରିମକୋର୍ଟ କହିଛନ୍ତି, ଅସନ୍ତୁଷ୍ଟ ବିଧାୟକମାନେ ସରକାରଙ୍କ ସମର୍ଥନ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି ବୋଲି ରାଜ୍ୟପାଳଙ୍କ ସହ କୌଣସି ଯୋଗାଯୋଗ ହୋଇ ନାହିଁ। ଶିବସେନା ବିଧାୟକଙ୍କ ଏକ ପ୍ରସ୍ତାବ ଉପରେ ରାଜ୍ୟପାଳ ନିର୍ଭର କରି କହିଥିଲେ, ଉଦ୍ଧବ ଠାକରେ ଅଧିକାଂଶ ବିଧାୟକଙ୍କ ସମର୍ଥନ ହରାଇଛନ୍ତି।

Share