Categories: ଜାତୀୟ

ମମତାଙ୍କୁ ‘ରିୟଲ ବେଙ୍ଗଲ ଟାଇଗ୍ରେସ୍‌’ କହିଲେ ସଞ୍ଜୟ

ମୁମ୍ବାଇ,୪ ।୩: ଶିବଶେନା ସ୍ଥିର କରିଛି ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନରେ ତାଙ୍କ ଦଳ ନିର୍ବାଚନ ଲଢିବ ନାହିଁ । ଶିବସେନା ନେତା ତଥା ଏମ୍‌ପି ସଞ୍ଜୟ ରାଉତ ଏକ ଟୁଇଟ୍ କରି କହିଛନ୍ତି ଯେ ଦଳର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହେବା ପରେ ସ୍ଥିର କରାଯାଇଛି କି ଶିବସେନା ପଶ୍ଚିମବଙ୍ଗରେ ନିର୍ବାଚନ ଲଢିବ ନାହିଁ । ଏହାସହ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ରିୟଲ ବେଙ୍ଗଲ ଟାଇଗ୍ରେସ୍‌’ ବା ଅସଲ ବାଘୁଣୀ ବୋଲି କହିବା ସହ ତାଙ୍କୁ ସମର୍ଥନ ଦେବେ ବୋଲି ଉଲ୍ଲେଖ କରିଛନ୍ତି । ଏହାସହ ମମତା ଏଥର ବି ପଶ୍ଚିମବଙ୍ଗରେ ସରକାର ଗଢିବେ ବୋଲି ସଞ୍ଜୟ କହିଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ମତଦାନ ହେବା ସହ ମେ’ ୨ରେ ଫଳାଫଳ ଘୋଷଣା କରାଯିବ ।

Share