Categories: ଜାତୀୟ

ଶିବସେନାର କଟାକ୍ଷ: ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରାଇବା, ପରାଜିତ ପହିଲମାନଙ୍କୁ ପଦକ ଦେବା ଭଳି

ମୁମ୍ବାଇ,୧୨।୧୧: ବିହାର ନିର୍ବାଚନ ଫଳାଫଳ ନେଇ ଶିବସେନା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରିଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଜଣେ ପରାଜିତ ପହିଲମାନଙ୍କୁ ପଦକ ଦେବା ଭଳି। ତେବେ ନୀତିଶଙ୍କ ଦଳ ଜେଡ଼ିୟୁ ଏନ୍‌ଡିଏ ମେଣ୍ଟରେ ଦୁର୍ବଳ ହୋଇଥିବାରୁ ଏବେ ତାଙ୍କୁ ଭାଜପା ଅନୁସାରେ କାମ କରିବାକୁ ପଡ଼ିବ। ଚିନ୍ତାଧାରା ଦୃଷ୍ଟିରୁ ଭାଜପା ଏବଂ ଜେଡ଼ିୟୁ ମଧ୍ୟରେ ପାର୍ଥକ୍ୟ ରହିଛି। ଜେଡ଼ିୟୁକୁ ରାଜ୍ୟର ଜନସାଧାରଣ ବହିଷ୍କାର କରିଛନ୍ତି। ତେଣୁ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ରାଜ୍ୟର ଜନସାଧାରଣଙ୍କ ପାଇଁ ଅପମାନ ଜନକ ହେବ। ଶିବସେନା ଆର୍‌ଜେଡ଼ିର ତେଜସ୍ବୀ ଯାଦବଙ୍କୁ ପ୍ରଶଂସା କରାଯାଇଛି। ତାଙ୍କୁ ଅପେକ୍ଷା କରିବାକୁ ସାମନାରେ କୁହାଯାଉଛି। ବିହାରର ଭବିଷ୍ୟତ ତାଙ୍କର ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

Share