Categories: ଜାତୀୟ

ନାମାଙ୍କନପତ୍ର ଦାଖଲ କଲେ ଶିବସେନା ପ୍ରାର୍ଥୀ

ମୁମ୍ବାଇ,୨୭।୫: ଶିବସେନା ଏମ୍‌ପି ସଞ୍ଜୟ ରାଉତ ଓ କୋଲାପୁର ଶିବସେନା ସଭାପତି ସଞ୍ଜୟ ପାୱାର ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ସୁପ୍ରିମୋ ଶରଦ ପାୱାର ଓ ରାଜସ୍ବ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶିବସେନା ପକ୍ଷରୁ ରାଉତ ଓ ପାୱାର ନାମାଙ୍କନ ଦାଖଲ କରିଥିବା ବେଳେ କଂଗ୍ରେସ, ଏନସିପି ଓ ଭାଜପା ପକ୍ଷରୁ ଏ ଯାଏ ରାଜ୍ୟ ସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନି।
ତେବେ ଆସନ୍ତା ମେ’୩୧ ନାମାଙ୍କନପତ୍ର ଦାଖଲ କରିବାର ଶେଷ ସମୟ। ସେହିପରି ଜୁନ୍‌ ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ଜୁନ୍‌ ୧୦ରେ ଭୋଟ ଗ୍ରହଣ ଏବଂ ସେହି ଦିନ ଫଳାଫଳ ଘୋଷଣା କରାଯିବ।

Share