ବିସିସିଆଇ ନୂତନ ଚୟନ କମିଟିରେ ସ୍ଥାନ ପାଇଲେ ଓଡ଼ିଶାର ଶିବସୁନ୍ଦର ଦାସ

ନୂଆଦିଲ୍ଲୀ,୭।୧: ବିସିସିଆଇ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଟିମ୍‌ ଇଣ୍ଡିଆ ତଥା ଓଡ଼ିଶାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଶିବସୁନ୍ଦର ଦାସ। ସେ ଏବେ ଭାରତୀୟ ପୁରୁଷ ସିନିୟର ଟିମ୍‌ ଚୟନରେ ସକ୍ରିୟ ଭୂମିକା ଗ୍ରହଣ କରିବେ।

୨୦୨୨ ଟି-୨୦ ବିଶ୍ୱକପରେ ଭାରତର ବିପର୍ଯ୍ୟୟ ପରେ ବିସିସିଆଇ ନୂଆ ଆବେଦନ ପାଇଁ ଆଶାୟୀଙ୍କୁ କହିଥିଲା। ଏଥିଲାଗି ଇଷ୍ଟ ଜୋନ୍‌ରୁ ଶିବସୁନ୍ଦର ଆବେଦନ କରିଥିଲେ। ତାଙ୍କୁ ଇଷ୍ଟ ଜୋନରୁ ବିସିସିଆଇ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ଦେଇଛି। ଶିବସୁନ୍ଦରଙ୍କ ବ୍ୟତୀତ ଚୟନ କମିଟିରେ ନୂଆ ମୁହଁ ଭାବେ ସାଲିଲ ଅଙ୍କୋଲା, ସୁବ୍ରତ ବାନାର୍ଜୀ ଓ ଶ୍ରୀନାଥ ଶରତ ସ୍ଥାନ ପାଇଛନ୍ତି।

ଶିବସୁନ୍ଦର ଭାରତ ପାଇଁ ୨୩ ଟେଷ୍ଟ, ୪ଦିନିକିଆରେ ନଜର ଆସିଥିଲେ। ସେ ଟେଷ୍ଟରେ ୧୩୨୬ ରନ୍‌ କରିଥିଲେ। ୨୦୦୨ରେ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ସୁଯୋଗ ମିଳିଥିଲା। କିନ୍ତୁ ସେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ଏଥିପାଇଁ ୨୦୦୨ ଇଂଲଣ୍ଡ ସିରିଜରେ ସେ ବାଦ୍‌ ପଡ଼ିଥିଲେ। ସେବେଠାରୁ ତାଙ୍କୁ ଆଉ ଭାରତୀୟ ଟିମ୍‌ରେ ସୁଯୋଗ ମିଳି ନ ଥିଲା। ତେବେ ଓଡ଼ିଶା ପାଇଁ ଶତାଧିକ ରଣଜୀ ମ୍ୟାଚ ଖେଳିଥିବା ଶିବସୁନ୍ଦର ଏବେ ଭାରତୀୟ ମହିଳା ଟିମର ବ୍ୟାଟିଂ କୋଚ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ବାପାଙ୍କୁ କ୍ଷମା କରିଦିଅ’…ସନ୍ନ୍ୟାସ ନେବାର ଦିନକ ପରେ…

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ଶେଷ ହେବା ପରେ ସନ୍ନ୍ୟାସ ଘୋଷଣା କରିଛନ୍ତି ଭାରତୀୟ ଭେଟେରାନ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ। ଧୋନୀଙ୍କ ଭଳି ହଠାତ...

ରାଜଧାନୀରେ ପୁଣି ଜମିବ ପଥ ଉତ୍ସବ, ଡିସେମ୍ବର ୨୨ ରୁ ଆରମ୍ଭ

ଭୁବନେଶ୍ୱର,୧୯।୧୨: ଆସନ୍ତା ୨୨ ତାରିଖରୁ ଭୁବନେଶ୍ବରରେ ପାଳିତ ହେବ ପଥ ଉତ୍ସବ। ବିଗତ ବର୍ଷମାନଙ୍କୁ ଦୃଷ୍ଟିରେ ରଖି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ...

ଓଡ଼ିଶାରେ ୧୧0 ଓଭର ବ୍ରିଜ୍ କରିବ ଇଷ୍ଟକୋଷ୍ଟ ରେଳାବାଈ

ଭୁବନେଶ୍ୱର,୧୯।୧୨: ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଇଷ୍ଟକୋଷ୍ଟ ରେଳାବାଈ ବଡ଼ ପଦକ୍ଷେପ ନେଇଛି। ଗୁରୁବାର ଇଷ୍ଟକୋଷ୍ଟ ରେଳାବାଈର ଜେନେରାଲ ମ୍ୟାନେଜର ୧୭୦ ରୋଡ...

ଭାଇରାଲ ପରେ ଥାନା ଅଧିକାରୀଙ୍କ ଉପରେ ଆକ୍ସନ: ବଦଳିଲେ…

କଟକ,୧୯।୧୨: ଦଳିତ ଯୁବକଙ୍କୁ ରାସ୍ତା ଉପରେ ପକାଇ ପିଠି ଉପରେ ଚପଲ ମାଡ଼ି ଚଢ଼ିଯିବା ଘଟଣାର ଫଟୋ ଭାଇରାଲ ପରେ ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଛି।...

ଅଭ୍ୟାସ ବେଳେ ଭୟଙ୍କର ବିସ୍ଫୋରଣ: ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର,୧୯।୧୨: ରାଜସ୍ଥାନରେ ଶହୀଦ ହେଲେ ଓଡ଼ିଆ ଯବାନ। ପୋଖରାନରେ ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି। ସେ...

ଐତିହାସିକ ନିଷ୍ପତ୍ତି: ଶିମିଳିପାଳରେ ବାଘ ଜଗିବେ ସଶସ୍ତ୍ରବଳ

ଭୁବନେଶ୍ୱର,୧୯।୧୨: ମୟୂରଭଞ୍ଜ ଜିଲାର ଶିମିଳିପାଳ ଟାଇଗର ରିଜର୍ଭରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ସରକାର। ଶିକାର ତଥା ବନ୍ୟଜନ୍ତୁ...

ଆହତ ପ୍ରତାପ ଷଡ଼ଙ୍ଗୀଙ୍କୁ ହସ୍ପିଟାଲରେ ଭେଟିଲେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସଂସଦରେ ଠେଲାପେଲା କାରଣରୁ ଆହତ ହୋଇ ଚିକିତ୍ସିତ ହେଉଥିବା ଭାଜପାର ବରିଷ୍ଠ ନେତା ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀର...

ଆଜି ବି ପ୍ରମିଳାଙ୍କ ଭାଇଙ୍କ ଘରେ ଚଢ଼ାଉ: ଛନ୍ଦି ହୋଇଯିବେନିତ….

ଭୁବନେଶ୍ୱର,୧୯।୧୨: ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ ହୋଇଛି। ୨୩୧ କୋଟି ଠକେଇ ଅଭିଯୋଗରେ ଚାଲିଛି ଇଡିର ରେଡସମ୍ବଲପୁରର ଦାନିପାଲିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri