ସିଦ୍ଧାର୍ଥଙ୍କ ରେକର୍ଡ ଭାଙ୍ଗିଲେ ଶିବ ଠାକ୍‌ରେ

ବମ୍ବେ: ଆଉ ମାତ୍ର ଦୁଇଦିନର ଅପେକ୍ଷା। ଶେଷ ହେବ ରିଆଲିଟି ଶୋ’ ‘ବିଗ୍‌ବସ୍‌-୧୬’। ଶୋ’ର ୧୩ତମ ସିଜନ ପରେ ଚଳିତ ସିଜନ ଲୋକପ୍ରିୟତାର ଶିଖର ଛୁଇଁଛି। ପ୍ରତିଯୋଗୀମାନେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିବାରୁ ଏହାର ଅବଧିକୁ କିଛି ଦିନ ବଢ଼ାଯାଇଥିଲା। ଆସନ୍ତା ରବିବାର ଏହାର ଫିନାଲେ ଏପିସୋଡ ପ୍ରସାରିତ ହେବ। ଏହା ପୂର୍ବରୁ ବିଜେତା କିଏ ହେବ ସେନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ଗୁରୁବାର-ଶୁକ୍ରବାର ପ୍ରସାରିତ ହୋଇଥିବା ଏପିସୋଡରେ ଶ୍ରେଷ୍ଠ ପାାଞ୍ଚ ପ୍ରତିଯୋଗୀଙ୍କ ଯାତ୍ରା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଶିବ ଠାକ୍‌ରେଙ୍କ ପୂର୍ବତନ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳାଙ୍କ ରେକର୍ଡ ଭାଙ୍ଗିଛନ୍ତି।

ରିପୋର୍ଟ ମୁତାବକ, ଶିବଙ୍କୁ ଦର୍ଶକ୍କ ଭରପୂର ଭଲପାଇବା ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଶୋ’ରେ ସର୍ବାଧିକ ୨୩ ମିନିଟ୍‌ ଧରି ତାଙ୍କର ଯାତ୍ରାର ଭିଡିଓ ଦେଖାଯାଇଥିଲା। ବିଗବସ୍‌ ଇତିହାସରେ ଏହାପୂର୍ବରୁ ୨୦ ମିନିଟ ଧରି ସିଦ୍ଧାର୍ଥଙ୍କ ଭିଡିଓ ଦେଖାଯାଇଥିଲା। ଏମିତିରେ ଶିବ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଫିନାଲେ ପୂର୍ବରୁ ଶିବଙ୍କ ଏହି ସଫଳତା ତାଙ୍କୁ ବିଜେତା କରାଇବ ବୋଲି କୁହାଯାଉଛି।

Share