Categories: ଫୁରସତ

ଏଆଇ ସାହାଯ୍ୟରେ ଶିବ ତାଣ୍ଡବ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଅନେକ ଅଫିସିଆଲ କାର୍ଯ୍ୟରେ ମଧ୍ୟ ଏଆଇ ନିଜର ସ୍ଥାନ ସୃଷ୍ଟି କରିଛି। ଏଥିସହ ଏଆଇ ମନୋରଞ୍ଜନ କ୍ଷେତ୍ରରେ ମଧ୍ୟ ପାଦ ରଖିଛି। ନିୟମିତ ଜୀବନରେ ଲୋକଙ୍କୁ ସାହାଯ୍ୟ କରିବାଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା ଏହା ସରଳ କରୁଛି। ଏହା ମଧ୍ୟରେ ଜଣେ କଳାକାର ଏକ ଭିଡିଓ କରିବାକୁ ଏଆଇ ଉପକରଣକୁ ବ୍ୟବହାର କରିଛନ୍ତି, ଯେଉଁଥିରେ ଭଗବାନ ଶିବଙ୍କୁ ତାଣ୍ଡବ କରୁଥିବା ଦେଖାଯାଇଛି। ଏହି ଅଦ୍ଭୁତ ଭିଡିଓକୁ ଦେଖିବା ପରେ ଲୋକେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି। ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଆଇକୁ ବ୍ୟବହାର କରି ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଡ୍ରୁବୋ ସରକାରଙ୍କ ଉପରେ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ସୃଷ୍ଟି କରିଥିଲେ, ଯେଉଁଥିରେ ଶିବଙ୍କ ଅତି ସୁନ୍ଦର ତାଣ୍ଡବ ଦେଖିବାକୁ ମିଳିଥିଲା।

Share