ସରଣ୍ଡା,୧୮ା୧୧(ଡି.ଏନ.ଏ.): ବରଗଡ ଜିଲା ଅତାବିରା ଥାନା ଅଧୀନ ସରଣ୍ଡା ବିଶ୍ୱେଶ୍ୱର ବାବା ଶିବ ମନ୍ଦିର ଦାନବାକ୍ସ ଭାଙ୍ଗି ବୁଧବାର ରାତିରେ ଦୁର୍ବୃତ୍ତ ଦାନ ଅର୍ଥ ଲୁଟି ନେଇଛନ୍ତି। ସବୁଦିନ ଭଳି ରାତିରେ ପୂଜକ ପବିତ୍ର ନାଏକ ତାଲା ପକାଇ ଘରକୁ ଯାଇଥିଲେ। ଗୁରୁବାର ସକାଳେ ସେ ମନ୍ଦିର ଆସିବା ପରେ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ସେ ମନ୍ଦିର କମିଟିକୁ ଜଣାଇଥିଲେ। କମିଟ ସଭାପତି ସଚ୍ଚିଦାନନ୍ଦ ମିଶ୍ର ଏନେଇ ଅତାବିରା ଥାନାରେ ଅଭିଯୋଗ କରିଛନ୍ତି।
ଏପରିକି ମନ୍ଦିର ପରିସରରେ ଥିବା ଦେବରାଜ ମହାପାତ୍ରଙ୍କ ପୂଜା ସାମଗ୍ରୀ ଦୋକାନରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅତାବିରା ଥାନା ଓଆଇସି ଦିଲ୍ଲୀପ ବେହେରା ମନ୍ଦିରରେ ପହଞ୍ଚି ସିସିଟିଭି ଫୁଟେଜ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛନ୍ତି।