ଜର୍ମାନରେ ଗବେଷଣା କରିବେ ବୀରମହାରାଜପୁରର ଯୁବ ବୈଜ୍ଞାନିକ ଶିଭାଜିତ୍‌

ଅମରପାଲି,୨୨ା୭(ପୀତାମ୍ବର ସାହୁ): ଦୃଢ଼ ଇଚ୍ଛାଶକ୍ତି ଥିଲେ ସଂଘର୍ଷ କରିବାକୁ ପଡ଼େ ଏବଂ ସଂଘର୍ଷ କଲେ ସଫଳତାର ଶୀର୍ଷରେ ପହଞ୍ଚିବାର ସୁଯୋଗ ମିଳେ। ପ୍ରତିକୂଳ ପରିସ୍ଥିତିରେ ବି ଯିଏ ସଂଘର୍ଷ କରିଛି ସିଏ ହିଁ ସଫଳତାର ହକ୍‌ଦାର ହୋଇପାରିଛି। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି, ବୀରମହାରାଜପୁରର ଜଣେ ଯୁବକ। ସଫଳତାର ଶିଖରକୁ ପହଞ୍ଚିବାକୁ ପ୍ରୟାସ କରିଥିବା ଯୁବକ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଶିଭାଜିତ ଚାନ୍ଦ। ବାପା ଶ୍ରୀନିବାସ ଚାନ୍ଦ ଜଣେ ଓକିଲ ହୋଇଥିବାବେଳେ ମା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ। ପିଲାଟି ଦିନରୁ ପ୍ରତିକୂଳ ପରିସ୍ଥିତିରେ ବି କିଛି କରି ଦେଖାଇବାକୁ ପ୍ରୟାସ ଆରମ୍ଭ କରିଥିବା ଶିଭାଜିତ ଏବେ ସଫଳତାର ଶେଷ ପାହାଚରେ ପହଞ୍ଚି ପାରିଛନ୍ତି। ସ୍ବିଡେନରେ ସଫଳତାର ସହ ଡିଗ୍ରୀ ହାସଲ କରି ଏବେ ସୁଦୂର ଜର୍ମାନୀରେ ଗବେଷଣା କ୍ଷେତ୍ରରେ ପାଦ ଥାପିଛନ୍ତି। ତାହା ପୁଣି ସାଂପ୍ରତିକ ସମୟର ବେଶୀ ଚର୍ଚ୍ଚାରେ ଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ (ଏଆଇ)ଉପରେ। ଯାହାକୁ ନେଇ ସେ ଖୁସି ବ୍ୟକ୍ତ କରିବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଦାୟୀ। ଶିଭାଜିତ ବୀରମହାରାଜପୁରରେ ନିଜର ଅଧ୍ୟୟନ ଆରମ୍ଭ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ବାହାରେ ରହି ଶିକ୍ଷା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଟେକ୍ନୋଲଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବିଡେନର ଚାଲମର ୟୁନିଭର୍ସିଟି ଅଫ୍‌ ଟେକ୍ନୋଲଜିରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏବେ ଏଆଇ (AI)କ୍ଷେତ୍ରରେ ସେ ଜଣେ ଜୁନିଅର ବୈଜ୍ଞାନିକ ଭାବରେ ଜର୍ମାନୀରେ ଯୋଗ ଦେବେ। ଯାହାକୁ ନେଇ ପୂରା ପରିବାର ବେଶ ଖୁସି ଓ ଗର୍ବ ଅନୁଭବ କରିବା ସହିତ ତାଙ୍କ ପରିଶ୍ରମ ଫଳରେ ଆଜି ଶିଭାଜିତ ଏହି ସ୍ଥାନକୁ ପହଞ୍ଚିଛନ୍ତି ବୋଲି କହିଛନ୍ତି ପରିବାର ଲୋକ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାନ୍ସଜେଣ୍ଡର ଆତ୍ମହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ମାରାଥନ ଜେରା

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ୧୨ ତାରିଖ ସକାଳେ କୋଟିନଡା ଗ୍ରାମର ଟ୍ରାନ୍ସଜେଣ୍ଡର ଅଜିତ...

ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ବିକ୍ଷୋଭ

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର): ଦେଶର ସଂସଦ ଦ୍ୱାରା ପାରିତ ୱାକଫ ବିଲକୁ ଆଳ କରି ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଉପରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଅତ୍ୟାଚାର, ହିଂସା, ପୋଡାଜଳା...

Chanakya Niti: ଏହି ୩ ହେଉଛନ୍ତି ମନୁଷ୍ୟର ପ୍ରକୃତ ବନ୍ଧୁ, ସାଙ୍ଗରେ ଥିଲେ ଟଳିଯାଏ ସବୁ ବିପଦ…

ଜୀବନରେ କେବଳ ଗୋଟିଏ ସତ୍ୟ ଅଛି। ସେଇଟି ହେଲା ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ଏହା ମଝିର ଜୀବନଚକ୍ରରେ ମନୁଷ୍ୟ ନିଜର କର୍ମ...

ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଟପିଲା ତାତି, ଆଗକୁ ଆହୁରି ବଢିବ

ଭୁବନେଶ୍ୱର,୨୧।୪: ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ୪୫ ଟପିଛି ତାତି। ଗତ ଦୁଇଦିନ ହେଲା ଝାରସୁଗୁଡା ରାଜ୍ୟର ଉତପ୍ତ ସହର ପାଲଟିଛି। ଆଜି ଝାରସୁଗୁଡାରେ...

ସମ୍ବଲପୁରରେ ୧୪୦୦ ଜଣଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ୧୮ ଜଣଙ୍କୁ ତୁରନ୍ତ ୧୯ ଲଷ ଟଙ୍କାର ଚିକିତ୍ସା ସହାୟତା 

ଭୁବନେଶ୍ୱର,୨୧।୪: ସମୟ ଥିଲା ସକାଳ ୮ ଟା। ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର। କାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଲୋକଙ୍କ...

ବିବାହ ବାର୍ଷିକୀରେ ଏମିତି କାମ କଲେ ଐଶ୍ୱର୍ଯ୍ୟା: ବଢୁଛି ଚର୍ଚ୍ଚା

ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପାଇଁ ଗତ କିଛି ମାସ ଭଲ ନ ଥିଲା। ବଚ୍ଚନ ପରିବାର ମଧ୍ୟରେ...

ଚାଲିଥିଲା ବାହାଘର ପ୍ରସେଶନ: ହଠାତ କାଟିପକାଇଲେ ଯୁବକଙ୍କ ପାପୁଲି

ବେଗୁନିଆପଡା,୨୧।୪(ସୁଶାନ୍ତ ପଟ୍ଟନାୟକ): ବାହାଘର ପ୍ରସେଶନ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଯୁବକଙ୍କ ହାତ ପାପୁଲି ଛିଣ୍ଡ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ...

ମନ୍ଦିର ଯାଇ ଦୀପରୁ ଦୀପ ଲଗାଉଛନ୍ତି କି? ଜାଣନ୍ତୁ ଏପରି କରିବା କାହିଁକି ଭୁଲ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image