Categories: ଜାତୀୟ

ଶିବକୁମାର ରାଜି, ସୁରେଶ ଅରାଜି…

ବେଙ୍ଗାଲୁରୁ,୧୮।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରୁଥିବା ଡି.କେ ଶିବକୁମାର ଉପମୁଖ୍ୟନ୍ତ୍ରୀ ହେବେ। ଦଳର ସ୍ବାର୍ଥରେ ପାଇଁ ସେ ଉପମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ବୋଲି ଡି.କେ ଶିବକୁମାର ମଧ୍ୟ କହିଛନ୍ତି।

ତେବେ ଡି.କେ ଶିବକୁମାରଙ୍କ ଭାଇ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଡି.କେ ଶିବକୁମାରଙ୍କ ଭାଇ ତଥା କଂଗ୍ରେସ ଏମପି ଡି.କେ ସୁରେଶ କହିଛନ୍ତି ମୁଁ ଏହି ନିଷ୍ପତ୍ତିରେ ଖୁସି ନୁହେଁ କିନ୍ତୁ କର୍ନାଟକବାସୀଙ୍କ ସ୍ବାର୍ଥରେ ଆମେ ଆମର ପ୍ରତିଶ୍ରୁତି ପୂରଣ କରିବାକୁ ଚାହୁଁଛୁ। ଏହି କାରଣରୁ ଡି.କେ ଶିବକୁମାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଭବିଷ୍ୟତରେ ଆମେ ଦେଖିବା, ଯିବାକୁ ବହୁତ ଦୂର ବାଟ ଅଛି। ମୁଁ ଚାହୁଁଥିଲି ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ କିନ୍ତୁ ତାହା ହେଲା ନାହିଁ। ବର୍ତ୍ତମାନ ପାଇଁ, ଆମେ ଅପେକ୍ଷା କରିବୁ ଏବଂ ପରବର୍ତ୍ତୀ ସମୟରେ କଣ କରିବା ତାହା ଦେଖିବା ।

 

Share