Categories: ଜାତୀୟ

ସୋନିଆଙ୍କୁ ବ୍ଲାକମେଲ କରି ପ୍ରଦେଶ ସଭାପତି ହୋଇଛନ୍ତି ଶିବକୁମାର, ଭାଜପାର ଅଭିଯୋଗ…

ବେଙ୍ଗାଲୁରୁ,୩୧।୧୦ : ପୂର୍ବତନ ଭାଜପା ମନ୍ତ୍ରୀ ରମେଶ ଜାରକିହୋଲି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସୋନିଆ ଗାନ୍ଧୀଙ୍କୁ ଧମକ ଦେଇ ଏବଂ ବ୍ଲାକମେଲ କରି ଶିବକୁମାର କର୍ନାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତି ହୋଇଛନ୍ତି। ବେଲଗାଭିରେ ରମେଶ କହିଛନ୍ତି, ଡି.କେ ଶିବକୁମାର ଜଣେ ବଡ ବ୍ଲାକମେଲର। ସେ ସୋନିଆ ଗାନ୍ଧୀଙ୍କୁ ତିହାର ଜେଲ ଧମକ ଦେଇ  କେପିସିସି ସଭାପତି ହୋଇଥିଲେ। ସେ ତାଙ୍କୁ ଧମକ ଦେଇଥିଲେ ଇଡି ମାମଲାରେ ତାଙ୍କ ନାମ ପ୍ରକାଶ କରିବେ। ଗୋକକ ବିଧାୟକ ଶିବକୁମାରଙ୍କୁ କଂଗ୍ରେସର ଅନେକ ନେତାଙ୍କ ସମେତ ଅନେକ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରିଥିବା ଅଭିଯୋଗ କରିଛନ୍ତି।

ରମେଶ ତାଙ୍କ ସିଡି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଜଣେ ମହିଳାଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଏକ ଭିଡିଓ ଭାଇରାଲ ହେବା ପରେ ୨୦୨୧ମସିହାରେ ସେ ଇସ୍ତଫା ଦେଇଥିଲେ। ସେ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଥିଲା।

ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ରମେଶ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା, ଗୃହମନ୍ତ୍ରୀ ଡା ଜି ପରମେଶ୍ୱର ଏବଂ ପୋଲିସ ମହାନିର୍ଦ୍ଦେଶକ ତଥା ଇନ୍ସପେକ୍ଟର ଜେନେରାଲ ଆଲୋକ ମୋହନଙ୍କୁ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।

ଯଦି ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାରେ ବିଫଳ ହୁଅନ୍ତି, ତେବେ ମୁଁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

Share