Categories: ଜାତୀୟ

ମୋଦିଙ୍କ ଭଳି ବିଧାନସଭା ପାହାଚରେ ମୁଣ୍ଡିଆ ମାରିଲେ ଶିବକୁମାର…

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ଶପଥ ଗ୍ରହଣ ସମାରୋହ ସମାପ୍ତ ହେବା ପରେ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ବିଧାନସଭାରେ ପହଞ୍ଚିଥିଲେ। ଏହି ସମୟରେ ଡି.କେ ଶିବକୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି କାର୍ଯ୍ୟ କରିଥିଲେ। ସିଦ୍ଧରମୈୟା ଆଗରେ ଥିବାବେଳେ ଡି.କେ ଶିବକୁମାର ତାଙ୍କ ପଛରେ ଥିଲେ। ଶିବକୁମାର ବିଧାନସଭା ପାହାଚରେ ପହଞ୍ଚିବା ମାତ୍ରେ ସେ କର୍ନାଟକ ବିଧାନସଭା ପାହାଚରେ ମୁଣ୍ଡିଆ ମାରିଥିଲେ। କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା ଦ୍ୱିତୀୟ ଥର ପାଇଁ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ଡି.କେ ଶିବକୁମାରଙ୍କୁ ରାଜ୍ୟର ଛପମୁଖ୍ୟମନ୍ତ୍ରୀ କରାଯାଇଛି। ଏହି ଦୁଇ ଜଣଙ୍କ ବ୍ୟତୀତ ଜ ି ପରମେଶ୍ୱର, ଏମବି ପାଟିଲ, ପ୍ରିୟଙ୍କା ଖାର୍ଜଙ୍କ ସମେତ ୮ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ପ୍ରଥମ ଥର ପାଇଁ ସଂସଦରେ ମୁଣ୍ଡିଆ ମାରିଥିଲେ। ମୋଦିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବର୍ଷ ବର୍ଷ ଧରି ଆଲୋଚନା କରାଯାଇଥିଲା। ଏହି ଫଟୋ ଭାଇରାଲ ହୋଇଥିଲା। ଏହା ଦେଖିବା ପରେ ଅନେକ ଲୋକ ଭାବପ୍ରବଣ ହୋଇଥିଲେ।

Share