Categories: ଜାତୀୟ

ଜ୍ଞାନବାପି ପରିସରରେ ଶିବଲିଙ୍ଗ ପୂଜା ରାୟ ସଂରକ୍ଷିତ

ବାରାଣସୀ,୭।୬: ବାରାଣସୀର ଜ୍ଞାନବାପି ମସ୍‌ଜିଦ ପରିସରରେ ଗତ ମେ’ରେ ଭିଡିଓଗ୍ରାଫି ସର୍ଭେ ବେଳେ ମିଳିଥିବା ଶିବଲିଙ୍ଗ ଢାଞ୍ଚାକୁ ପୂଜା କରିବା ଲାଗି ଅନୁମତି ଦେବାକୁ ଦାଏର ପିଟିଶନ୍‌ର ଶୁଣାଣି ସୋମବାର ଶେଷ ହୋଇଛି। ବାରାଣସୀର ଏକ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି। ଶ୍ରୀବିଦ୍ୟା ମଠର ମହନ୍ତ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଜ୍ଞାନବାପି ପରସିରରେ ଶିବଲିଙ୍ଗ ପୂଜା ପାଇଁ ଅନୁମତି ଦେବାକୁ କୋର୍ଟରେ ଆବେଦନ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ତାଙ୍କ ଓକିଲ ରମେଶ ଉପାଧ୍ୟାୟଙ୍କ ଯୁକ୍ତି ଶୁଣିବା ପରେ ଭାରପ୍ରାପ୍ତ ଜିଲା ଜଜ୍‌ ଅନୁତୋଷ ଶର୍ମା ରାୟ ସଂରକ୍ଷିତ ରଖିଛନ୍ତି।

Share