ଥରୁଛି ଦାରିଙ୍ଗବାଡି: ୧୦.୦୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା

ଦାରିଙ୍ଗବାଡି, ୧୪।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ଶୀତ ଲହରୀ ଲାଗି ରହିଛି। ଶନିବାର ତାପମାତ୍ରା ଆହୁରି ଖସିବା ସହ ୧୦.୦୫ ଡିଗ୍ରୀରେ ପହଞ୍ଚିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଠାରୁ ଆହୁରି କମ ତାପମାତ୍ରା ରହିଥିବା କୁହାଯାଇଛି। ଶନିବାର ସକାଳୁଆ ଶୀତ ରହିଥିବା ବେଳେ ଏହାକୁ ଖାତିର ନକରି ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପହଞ୍ଚି ଖେଳକୁଦ କରି ନିଜକୁ ଶୀତରୁ ରକ୍ଷା ପାଇବା ସହ ପାଠପଢା ମଧ୍ୟ ନିୟମିତ କରିଛନ୍ତି। ଦାରିଙ୍ଗବାଡିଠାରୁ ତଳିଆ ଅଞ୍ଚଳରେ ରହିଥିବା ଶ୍ରାନିକେତା ପଞ୍ଚାୟତର ଦଣ୍ଡିମା, ସୁଲୁମାହା, ଡାବୁଲମାହା, ସିମନବାଡି, କିରିକୁଟି, ତିଲୋରୀ, ପାଟାଙ୍ଗି, ବାଡାବାଙ୍ଗା, ଗଦଡ଼ି ଆଦି ଅଞ୍ଚଳରେ ଶୀତର ପ୍ରକୋପ ଅଧିକା ରହିଥିବା ବେଳେ ଏହି ସବୁ ଅଞ୍ଚଳରେ ଘନ କୁହୁଡି ଯୋଗୁ ଗାଡିମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦନ୍ତା ଆକ୍ରମଣରେ ଚାଲିଗଲା ଡ଼ଙ୍ଗରିଆ ଯୁବକଙ୍କ ଜୀବନ

ରାୟଗଡ଼ା,୧୪।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ଲାଖପଦର ଗ୍ରାମର ଜଣେ ଡ଼ଙ୍ଗରିଆ ଯୁବକ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ...

ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର: ଯୁବକଙ୍କୁ ମାଡ଼ିବସିଲେ ଗ୍ରାମବାସୀ

ହିଞ୍ଜିଳିକାଟୁ, ୧୪।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ବୁରୁପୋଡା ହାଇସ୍କୁଲ ଛକ ନିକଟରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ...

ଚାରିଆଡ଼େ ଆବର୍ଜନା: ସଙ୍କଟରେ ତାମ୍ପରା ହ୍ରଦ

ଛତ୍ରପୁର,୧୩ା୧୨(ଦିଲୀପ ସାମଲ):ଗଞ୍ଜାମ ଜିଲାର ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ତାମ୍ପରା ହ୍ରଦ ଅନ୍ୟତମ। ଜୈବ ବିବିଧତା ପାଇଁ ଏହା କେବଳ ଜାତୀୟ ନୁହେଁ ବିଶ୍ବର ବିଭିନ୍ନ ଦେଶର...

ଖୋଲୁନି ଧାନ ମଣ୍ଡି: ଆନ୍ଧ୍ରକୁ ଯାଉଛି ଗାଁର ଧାନ

ପଞ୍ଚଲିଙ୍ଗେଶର,୧୪।୧୨(ଲେଲିନ କୁମାର ଦେ): କୁଇଣ୍ଟାଲ ପିଛା ସରକାରୀ ଫାଇନ (ଆରଏମସି ) ମାତ୍ର ୨୩ ଟଙ୍କାରେ ଆନ୍ଧ୍ରକୁ ଯାଉଛି ଓଡିଶାର ଧାନ। ଖୋଲୁନି ମଣ୍ଡି ବୋଲି...

ଲଞ୍ଚଘୋଲା ବେଳାଭୂମିରେ ମୃତ ଅଲିଭ୍‌ରିଡ୍‌ଲେ କଇଁଛ

ମହାକାଳପଡ଼ା, ୧୪ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ଶୀତ ଋତୁ ଆରମ୍ଭରୁ ଅଲିଭରିଡ୍‌ଲେ କଇଁଛ ସୁଦୂର ପ୍ରଶାନ୍ତ ମହାସାଗର, କୋଷ୍ଟାରିକା, ଶ୍ରୀଲଙ୍କା ଆଦି ଅଞ୍ଚଳରୁ ସମୁଦ୍ର ପଥ ଅତିକ୍ରମ କରି...

ଧ୍ୟାନ ଜୀବନକୁ ଶୃଙ୍ଖଳିତ, ରୋଗମୁକ୍ତ କରାଏ: ସର୍ବେଶ୍ୱର ଜୀ ମହାରାଜ

ଜୀବନରେ ଲୋଭ ରହିବା ଉଚିତ୍‌ ନୁହେଁ। ଶାନ୍ତି ଓ ମୋକ୍ଷ ଜୀବନର ମୂଳ ଲକ୍ଷ୍ୟ ରହିବା ଆବଶ୍ୟକ। ସଂସାର ମୋହମାୟାରେ ଛନ୍ଦି ହୋଇ ମଣିଷ ଆଦୌ...

ଫେରିବା ନାଁ ଧରୁନି ଜିନ୍ନତ:୫ ଦିନ ପରେ ମଇଁଷି ବାଛୁରି ମାରି ଖାଇଲା

ବାରିପଦା,୧୪ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଝାଡ଼ଖଣ୍ଡ ଜଙ୍ଗଲକୁ ପଳାଇଥିବା ମହାବଳ ବାଘୁଣୀ ଜିନ୍ନତ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ରବିବାର ରାତିରୁ ପଳାଇଯାଇ...

ପାଟଣା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ ୧୪ ସମିତିସଭ୍ୟ

ପାଟଣା,୧୩ା୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାୟକଙ୍କ ବିରୋଧରେ ଅନାସ୍ଥା ଲାଗି ପ୍ରସ୍ତାବ ଦିଆଯାଇଛି। ଶୁକ୍ରବାର ପାଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri