Categories: ଖେଳ

ଶିବପାଲ୍‌ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩ା୧୦(ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଶୃଙ୍ଖଳା କମିଟି ଭାରତର ଟପ୍‌ ଜାଭେଲିନ୍‌ ଥ୍ରୋୟର ଶିବପାଲ ସିଂଙ୍କୁ ୪ ବର୍ଷ ବାସନ୍ଦ କରିଛି। ଗତବର୍ଷ କରାଯାଇଥିବା ଏକ ଡୋପ୍‌ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଶିବପାଲ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ। ପ୍ରତିଯୋଗିତା ବାହାରେ ତାଙ୍କର ଏକ ଡୋପ୍‌ ଟେଷ୍ଟ ହୋଇଥିଲା।

ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପୁଲରେ ନିଷିଦ୍ଧ ଦ୍ରବ୍ୟ ମେଟାଣ୍ଡିନନ୍‌ର ମାତ୍ରା ରହିଥିଲା। ସେତେବେଳେ ତାଙ୍କୁ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରାଯାଇଥିଲା। ପ୍ରକାଶ ଯେ, ଉତ୍ତର ପ୍ରଦେଶର ଏହି ୨୭ ବର୍ଷୀୟ ଆଥ୍‌ଲେଟଙ୍କ ବାସନ୍ଦ ଅବଧି ପିଛିଲା ଭାବେ ଅକ୍ଟୋବର ୨୧ରୁ ଲାଗୁହେବ ଏବଂ ୨୦୨୫ ଅକ୍ଟୋବରରେ ଶେଷ ହେବ।

Share