Categories: ଜାତୀୟ

ଦାଦା-ପୁତୁରା ଏକାଠି: ସମାଜବାଦୀ ପାର୍ଟିରେ ବିଲୟ ହେଲା ଶିବପାଲଙ୍କ ଦଳ

ଲକ୍ଷ୍ନୌ,୮।୧୨: ମୈନପୁରୀ ଉପନିର୍ବାଚନର ଅନ୍ତିମ ଫଳାଫଳ ପୂର୍ବରୁ ୟୁପି ରାଜନୀତିରେ ଏକ ବଡ ମୋଡ଼ ଆସିଛି। ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି ବର୍ତ୍ତମାନ ସମାଜବାଦୀ ପାର୍ଟିରେ ବିଲୟ ହୋଇଯାଇଛି। ଏହି ସମୟରେ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ସିଂ ଯାଦବ ଏବଂ ଦାଦା ଶିବପାଲ ସିଂ ଯାଦବଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
ମୈନପୁରୀ ଉପ-ନିର୍ବାାଚନରେ ଏକ ନିର୍ଣ୍ଣାୟକ ନେତୃତ୍ୱ ପରେ ଅଖିଳେଶ ଯାଦବ ନେତାଜୀଙ୍କ ସମାଧି ସ୍ଥଳରେ ପହଞ୍ଚିଥିଲେ। ସେଠାରେ ସେ ମୁଲାୟମ ସିଂ ଯାଦବଙ୍କୁ ପ୍ରଣାମ କରିଥିଲେ। ଏହା ପରେ ସେ କର୍ମକର୍ତ୍ତାଙ୍କ ସହ ଯାଇ ଶିବପାଲ ସିଂ ଯାଦବଙ୍କ ନିକଟରେ ପହଞ୍ଚିଥିଲେ। ଏହା ପରେ ସେ ଦାଦା ଶିବପାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହା ପରେ ଦୁହେଁ ଦୀର୍ଘ ସମୟ ଧରି କର୍ମକର୍ତ୍ତାଙ୍କ ମଧ୍ୟରେ ଏକାଠି ବସିଥିବାର ନଜର ଆସିଥିଲେ। ଏହା ପରେ ଉଭୟ ଏକଜୁଟ ହେବାକୁ ଘୋଷଣା କରିଥିଲେ। ଏହି ସମୟରେ ଶିବପାଲ ଯାଦବ ଏବଂ ଅଖିଳେଶ ଯାଦବଙ୍କ ଶତାଧିକ ସମର୍ଥକ ସେଠାରେ ଉପସ୍ଥିତ ଥିଲେ। ଦଳର ମିଶ୍ରଣ ପରେ ଶିବପାଲ ସିଂ ଯାଦବ ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ୨୦୨୪ରେ ଆମେ ଏକାଠି ଲଢିବୁ। ଆମ ଦଳ ବିଲୟ ହୋଇଛି।
ଅନ୍ୟପକ୍ଷରେ ଅଖିଳେଶ ଯାଦବ ମଧ୍ୟ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ଫଳାଫଳ ବାହାରିବା ପରେ ହିଁ ସେ କିଛି କହିବେ ବୋଲି ସେ କହିଛନ୍ତି। ତେବେ ମୈନପୁରୀ ଉପନିର୍ବାଚନରେ ଡିମ୍ପଲ ଯାଦବ ଏପର୍ଯ୍ୟନ୍ତ ଦୁଇ ଲକ୍ଷ ଭୋଟରେ ଆଗୁଆ ରହିଛି।

Share