Categories: ଜାତୀୟ

ଉତ୍ତର ପ୍ରଦେଶ ନିର୍ବାଚନ: ମେଣ୍ଟପାଇଁ ଅଖିଳେଶଙ୍କୁ ଶିବପାଲ ଦେଲେ ୧୧ ଅକ୍ଟୋବର ପର୍ଯ୍ୟନ୍ତ ସମୟ

ଲକ୍ଷ୍ନୌ,୨୯ ।୯: ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିୟାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିପାଲ ସିଂ ଯାଦବ କହିଛନ୍ତି ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ସେ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ୧୧ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହାପରେ ତାଙ୍କ ଦଳ ରାଜ୍ୟର ସମସ୍ତ ୪୦୩ ଆସନରେ ପ୍ରାର୍ଥି ଦେବା କଥା ନିନ୍ତା କରିବ । ଶିବପାଲ ଆହୁରି ମଧ୍ୟ କହିଛନ୍ତି ସମାଜବାଦୀ ପାର୍ଟି ପାଇଁ (ମୂଲାୟମ ସିଂ ଯାଦବ) ଦଳର ନେତାମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ କଠିନ ପରିଶ୍ରମରେ ପାର୍ଟିକୁ ଠିଆ କରିଛୁ ବୋଲି ଶିବପାଲ କହିଛନ୍ତି । ଆମେ ଚାହୁଁଛୁ ଦଳ ଆହୁରି ମଜଭୁତ ହେଉ । ଏଥିପାଥଁ ସମାଜବାଦୀ ପାର୍ଟି ସହ ମେଣ୍ଟକୁ ନେଇ ସମସ୍ତ ଦାୟିତ୍ୱ ସେ ଅଖିଳେଶଙ୍କ ଉପରେ ଛାଡି ଦେଇଥିବା କହିଛନ୍ତି ।

Share