Categories: ଜାତୀୟ

ଏହି ଆସନରୁ ଲୋକ ସଭା ନିର୍ବାଚନ ଲଢିବେ ଏସ୍‌ପି ମୁଖ୍ୟ ଅଖିଳେଶ, ସବୁକିଛି ସ୍ପଷ୍ଟ କଲେ ଦାଦା ଶିବପାଲ

ଲକ୍ଷ୍ନୌ,୧୪।୧୨: ଉତ୍ତରପ୍ରଦେଶର ସମସ୍ତ ଦଳ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ସମୟରେ ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ତାଙ୍କ ପୁତୁରା ତଥା ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନ ଲଢିବାକୁ ନେଇ ଏକ ବିବୃତ୍ତି ଦେଇଛନ୍ତି। ଏସ୍‌ପି ନେତା ଶିବପାଲ ଯାଦବ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କନୌଜ ଆସନରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ନିର୍ବାଚନ ପ୍ରଚାର ପାଇଁ ଆମେ ଭୋଟ ମାଗିବୁ।

ଏହା ସହିତ ଏସ୍‌ପି ନେତା ଶିବପାଲ ଯାଦବ କହିଛନ୍ତି , ଲୋକ ସଭା ନିର୍ବାଚନରେ ଇଣ୍ଡିଆ ଗଠବନ୍ଧନ ଏବଂ ପିଡିଏ ମିଳିତ ହୋଇ ଭାଜପାକୁ ନିଶ୍ଚିତ ଭାବେ ପରାସ୍ତ କରିବେ। ଅନ୍ୟପଟେ, ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଅଭିନନ୍ଦନ ଜଣାଇ ଶିବପାଲ କହିଛନ୍ତି , ସେ ତାଙ୍କ ଏମ୍‌ପିଙ୍କୁ ସମ୍ଭାଳନ୍ତୁ, ଆମେ ସମାଜବାଦୀ ୟୁପି ସମ୍ଭାଳିନେବୁ।

୨୦୧୯ ଲୋକ ସଭା ନିର୍ବାଚନରେ ଏସ୍‌ପି ପାଞ୍ଚଟି ସିଟ୍‌ ଜିତିଥିଲା। ଏଥିରେ ମୋରାଦାବାଦର ଏସ୍‌ଟି ହାସନ, ରାମପୁରର ଆଜାମ ଖାନ, ସମ୍ଭଲରୁ ଶଫିକୁରହମାନ ବର୍କ, ମେନ୍‌ପୁରୀରୁ ସ୍ବର୍ଗତ ମୁଲାୟମ ସିଂ ଯାଦବ ଏବଂ ଆଜମଗଡରୁ ଅଖିଳେଶ ଯାଦବ ଜିତିଥିଲେ। ତେବେ ପରବର୍ତ୍ତୀ ଉପ-ନିର୍ବାଚନରେ ଏସ୍‌ପି ରାମପୁର ଏବଂ ଆଜାମଗଡର ଆସନରେ ହାରିଥିଲା।

Share