Categories: ଜାତୀୟ

ଓପି ରାଜଭର, ସଞ୍ଜୟ ନିଷାଦଙ୍କୁ ବହୁରୂପି ବୋଲି କହିଲେ ଶିବପାଲ ଯାଦବ

ଲକ୍ଷ୍ନୌ,୧୧।୯: ସମାଜବାଦୀ ପାର୍ଟିିର ମହାସଚିବ ଶିବପାଲ ସିଂହ ଯାଦବ କହିଛନ୍ତି ଓମ ପ୍ରକାଶ ରାଜଭର ଓ ସଞ୍ଜୟ ସିଂହ ନିଷାଦ ହେଉଛନ୍ତି ବହୁରୂପି। ତାଙ୍କ ସମ୍ପର୍କରେ ସାରା ରାଜ୍ୟ ଜାଣିଛି। ସେ ଏନଡିଏ ପାଇଁ ପ୍ରଚାର କରିବାରୁ ଆମକୁ ବା ସମାଜବାଦୀ ପାର୍ଟିକୁ ଅଧିକ ଭୋଟ ମିଳିଛିି।

ମଜାଳିଆ ଢଙ୍ଗରେ ଶିବପାଲ କହିଛନ୍ତି ସେମାନେ ଆମ ପାଇଁ ଷ୍ଟାର ପ୍ରଚାରକ। ସେମାନେ ଏନଡିଏ ପାଇଁ ପ୍ରଚାର କଲେ ତେଣୁ ସମାଜବାଦୀ ପାର୍ଟିକୁ ଅଧିକ ଭୋଟ ମିଳିଲା। ସେ ଆହୁରି ମଧ୍ୟ କହିଛନ୍ତି ଆମେ ତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅପିଲ କରିଥିଲୁ କି ତାଙ୍କୁ (ରାଜଭର)ଙ୍କୁ ମନ୍ତ୍ରୀ ପଦ ଦେଇ ଦିଅନ୍ତୁ ନଚେତ ପୁଣି ସେ ଆମ ଆଡେ ଚାଲି ଆସିବେ।

Share