ଲକ୍ଷ୍ନୌ,୯।୧୨:ଉତ୍ତରପ୍ରଦେଶରେ ତିନିଟି ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ପରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସମାଜବାଦୀ ପାର୍ଟିର ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବ ମୈନପୁରୀ ଲୋକ ସଭା ଆସନରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏଥି ସହ ଭାଜପାର ପରାଜୟ ପରେ ଏମ୍ପି ସୁବ୍ରତ ପାଠକ ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି।
କନୌଜରୁ ଭାଜପାି ସାଂସଦ ସୁବ୍ରତ ପଠକ କହିଛନ୍ତି, ଶିବପାଲ ଯାଦବ ଭାଜପାରେ ଯୋଗଦେବା ପାଇଁ ବହୁତ ଚେଷ୍ଟା କରିଥିଲେ। ଭାଜପା ତାଙ୍କୁ ସାମିଲ କରି ନ ଥିଲା କିମ୍ବା ତାଙ୍କୁ ଟିକେଟ ମଧ୍ୟ ଦେଇ ନ ଥିଲା। ସେ ମଧ୍ୟ ମୈନପୁର ଉପନିର୍ବାଚନ ପାଇଁ ଭାଜପାରୁ ଟିକେଟ ମାଗିଥିଲେ ମଧ୍ୟ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଭାଜପା ଯୋଗଦେବା ପାଇଁ ସେ ଏକ ପ୍ରକାର ସର୍ତ୍ତ ଥିଲା ଯେ, ଯଦି ଭାଜପା ତାଙ୍କୁ ଟିକେଟ ଦିଏ, ତେବେ ସେ ଭାଜପାରେ ଯୋଗଦେବେ। କିନ୍ତୁ ଭାଜପା ତାଙ୍କୁ ନେବାକୁ ଆଗ୍ରହୀ ନ ଥିଲା। ମନା କରିବା ପରେ ସେ ଅଖିଳେଶ ଯାଦବଙ୍କ ହାତ ଧରିଥିଲେ।