Categories: ଜାତୀୟ

ଅଖିଳେଶଙ୍କ ନିମନ୍ତ୍ରଣ ରକ୍ଷା କଲେନି ଶିବପାଲ-ଜୟନ୍ତ-ପଲ୍ଲବୀ

ଲକ୍ଷ୍ନୌ,୩୦।୩: ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଆସିବାର ୨୦ଦିନ ପରେ ମଙ୍ଗଳବାର ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ନିଜ ସହଯୋଗୀ ଦଳଙ୍କ ସହ ଏକ ବୈଠକ ଆୟୋଜିତ କରିଥିଲେ। ଏହି ବୈଠକରେ ବିଧାୟକ ଦଳ ଯୋଗ ଦେଇ ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପାକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିଲେ। ଅନ୍ୟପଟେ ଏହି ବୈଠକକୁ ଶିିବପାଳ ଯାଦବଙ୍କୁ ଅଖିଳେଶ ନିମନ୍ତ୍ରଣ କରିଥିବା ବେଳେ କିନ୍ତୁ ସେ ଯୋଗଦେଇନଥିଲେ। ଏତଦ୍‌ ବ୍ୟତୀତ ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଜୟନ୍ତ ଚୌଧୁରୀ ଓ ଅପନା ଦଳର ପଲ୍ଲବୀ ପଟେଲ ମଧ୍ୟ ଏଥିରେ ସାମିଲ ହୋଇ ନ ଥିବା ଜଣାପଡ଼ିଛି। ଜୟନ୍ତ ନିଜ ବଦଳରେ ତାଙ୍କ ପ୍ରତିନିଧି ଭାବେ ଆରଏଲ୍‌ଡି ବିଧାୟକ ଦଳର ନେତାଙ୍କୁ ପଠାଇଥିଲେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଏସ୍‌ପି ମେଣ୍ଟରେ ସବୁ କିଛି ଠିକ୍‌ ଚାଲିଛିି ତ। କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଏସ୍‌ପି ମେଣ୍ଟର ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁହାଯାଉଛି, କକା ଶିବପାଲ ପୁଣି ଥରେ ଅଖିଳେଶଙ୍କ ଉପରେ ଅସନ୍ତୋଷ ଅଛନ୍ତି।

Share