Categories: ଜାତୀୟ

ପରିସ୍ରା ମାମଲା ପୀଡ଼ିତଙ୍କୁ ଘରକୁ ଡାକି ପାଦ ଧୋଇଲେ ଶିବରାଜ…

ଭୋପାଳ,୬।୭ : ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାରେ ଜଣେ ଆଦିବାସୀଙ୍କୁ ନିର୍ଯାତନା ଦେଇ ପରିସ୍ରା କରିବା ମାମଲା ସାମ୍ନାକୁ ଆସିଥିଲା। ଭିଡିଓ ଭାଇରାଲ ହେବା ପରେ ମଧ୍ୟପ୍ରଦେଶର ରାଜନୀତି ତୀବ୍ର ହୋଇଛି। ପରିସ୍ରାର ଶିକାର ହୋଇଥିବା ଆଦିବାସୀମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭେଟିଛନ୍ତି। ଶିବରାଜ ପୀଡିତ ଦଶମତ ରାୱତଙ୍କୁ ତାଙ୍କ ବାସଭବନକୁ ଡାକି ତାଙ୍କ ସହ କଥା ହୋଇଥିଲେ। ଏହା ସହିତ ତାଙ୍କ ପାଦ ଧୋଇ ଦେଇଥିଲେ।

ଶିବରାଜ ଦଶମତଙ୍କୁ ଘରକୁ ଡାକି ପାଦ ଉପଢ଼ୌକନ ପ୍ରଦାନ କରି  ସମ୍ମାନିତ କରିଥିଲେ। ଶିବରାଜ ସିଂ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରୁ କିଛି ଏହାର ଫଟୋ ଟୁଇଟ କରିଛନ୍ତି। ଶିବରାଜ କହିଛନ୍ତି ମୁଁ ଦଶମତ ଜୀଙ୍କୁ କ୍ଷମା ମାଗୁଛି। ମୋ ପାଇଁ ସର୍ବସାଧାରଣ ହେଉଛି ଭଗବାନ।

Share