Categories: ଜାତୀୟ

ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ସମର୍ଥକ ହେଲେ ଶିବରାଜ, ଆଦିବାସୀ ପୋଷାକ ପିନ୍ଧି କଲେ ଡ୍ୟାନ୍ସ

ନୂଆଦିଲ୍ଲୀ,୨୪ ।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ଏନଡିଏର ପ୍ରାର୍ଥି ଘୋଷଣା କରିଛି । ଦ୍ରୌପଦୀ ମୁର୍ମୁୁ ୧୮ ଜୁଲାଇରେ ହୋବକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳ ପ୍ରାର୍ଥି ଯଶୱନ୍ତ ସିହ୍ନାଙ୍କ ବିରୋଧରେ ଲଢିବେ ।
ତେବେ ଜଣେ ଆଦିବାସି ମହିଳାଙ୍କୁ ରାଷ୍ଟ୍ରପତି ପଦର ଦାବିଦାର କରାଯିବା ପରେ ଭାଜପା ନେତାଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି । ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ଆଦିବାସୀ ପୋଷାକ ପିନ୍ଧି ନାଚି ନାଚି ନିଜର ଖୁସି ପ୍ରକାଶ କରିଥିବା ଦେଖାଯାଇଛି । ପ୍ରଥମ ସମର୍ଥକ ଭାବେ ଶିବରାଜ ମୁର୍ମୁୁଙ୍କୁ ଶୁଭେଚ୍ଛା ଜଣାଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥି ଘୋଷଣା କରାଯିବା ପରେ ଏକ ଆଭାର କାର୍ଯ୍ୟକ୍ରମର ଆୟୋଜନ ସମୟରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଖୁସିରେ ନାଚୁଥବା ଦେଖାଯାଇଥିଲା । ସେ ପାରମ୍ପରିକ ଆଦିବାସୀ ପୋଷାକ ପିନ୍ଧି ନାଚୁଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ଶିବରାଜ ଟୁଇଟ କରି ସୂଚନା ଦେଇଛନ୍ତି କି ସେ ଦ୍ରୌପଦି ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ପ୍ରଥମ ସମର୍ଥକ ଭାବେ ହସ୍ତାକ୍ଷର କରିଛନ୍ତି । ଟୁଇଟରେ ସେ ଲେଖିଛନ୍ତି, ଏହା ମୋର ସୌଭାଗ୍ୟ ଯେ ଜନଜାତି ସମାଜର ପ୍ରଥମ ଓ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ପଦର ପ୍ରାର୍ଥି ଆଦରଣୀୟା ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ପ୍ରଥମ ସମର୍ଥକଭାବେ ଦସ୍ତଖତ କରିବାର ଅବସର ମିଳିଛି ।

Share