Categories: ଜାତୀୟ

‘ଗୋ କ୍ୟାବିନେଟ’ର ପ୍ରଥମ ବୈଠକ କଲେ ଶିବରାଜ

ଭୋପାଳ,୨୨ ।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଭୋପାଳରେ ‘ଗୋ କ୍ୟାବିନେଟ’ର ପ୍ରଥମ ବୈଠକ ଆୟୋଜନ କରିଛନ୍ତି । ଏଥିରେ ସେ କହିଛନ୍ତି ପ୍ରାଣୀ ସମ୍ବନ୍ଧିତ ବିଭାଗର ମନ୍ତ୍ରୀ ଓ ପ୍ରମୁଖ ସଚିବ ମିଶି ଗୋରକ୍ଷା ଓ ସମ୍ବର୍ନ୍ଧନ ପାଇଁ କାମ କରିବେ । ଏହା କେବଳ ପଶୁପାଳନ ବିଭାଗ ଦ୍ୱାରା ନିୟନ୍ତ୍ରଣ କରାଯିବ ନାହିଁ ଏଥିପାଇଁ ରାଜ୍ୟରେ ଗାଈଙ୍କ ସୁରକ୍ଷା ପାଇଁ ଏକ କ୍ୟାବିନେଟ ଗଠନ କରାଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ମଧ୍ୟପ୍ରଦେଶ ସରକାର କହିଥିଲେ ଗୋମାତାଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ସରକାର ଅତିରିକ୍ତ ପାଣ୍ଠି ଯୋଗାଡ କରିବା ପାଇଁ କାଓ ସେସ୍ ଉପରେ ବିଚାର କରୁଛନ୍ତି । ଏଥିରେ ସରକାରଙ୍କ ସହ ସାଧାରଣ ଜନତାଙ୍କ ଭାଗିଦାର ରହିବ ବୋଲି ଶିବରାଜ କହିଛନ୍ତି ।

Share