Categories: ଜାତୀୟ

ଟ୍ୟୁସନ ଫି ନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୋପାଳ,୬ ।୭: ସାରା ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଆଗାମୀ ତୃତୀୟ ଲହର ଆହୁରି ଭୟ୍‌କର ହେବ । ଏହାର ପ୍ରଭାବ ବିଶେଷ ଭାବେ ଶିଶୁମାନଙ୍କ ଉପରେ ପଡିବ । ଏହା ଜାଣିବା ପରେ ଏବେ ମଧ୍ୟପ୍ରଦେଶରେ ପ୍ରାୟ ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ତେବେ ଏହି ସମୟ ପାଇଁ ମୁଖ୍ୟମନ୍ତ୍ରୀ କିଛି ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ଯେଉଁ ପାଠ୍ୟକ୍ରମରେ ମହିଳାଙ୍କୁ ଦୁର୍ବଳା ବୋଲି ଦର୍ଶାଯାଇଛି ସେପରି ପାଠ୍ୟକ୍ରମକୁ ହଟାଇ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା ମହାମାରୀ ସମୟରେ ଯେଉଁ ଶିଶୁମାନେ ଅନାଥ ହୋଇ ଯାଇଛନ୍ତି ସେମାଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି । ଅଙ୍ଗନବାଡି କେନ୍ଦ୍ର ଓ ମିଡ ଡେ ମିଲରେ ଅଧିକ ଖାଦ୍ୟ ସାମିଲ କରିବାକୁ କୁହାଯାଇଛି । ଅଙ୍ଗନବାଡି କର୍ମୀମାନେ ପ୍ରତି ମାସରେ ଶିଶୁଙ୍କ ପୋଷଣ ସ୍ତର ଓ ରକ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share