Categories: ଜାତୀୟ

କମଲନାଥଙ୍କୁ ଟାର୍ଗେଟ କଲେ ଶିବରାଜ

ଭୋପାଳ,୧୦ ।୧୦: ମଧ୍ୟପ୍ରଦେଶରେ ଆଗକୁ ବାକି ଅଛି ଉପ ନିର୍ବାଚନ । ହେଲେ ଏବେଠାରୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇ ଗଲାଣି । ଶନିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥଙ୍କୁ ଟାର୍ଗେଟ କରିଛନ୍ତି । କମଲନାଥଙ୍କ ନଡ଼ିଆ ଟିପ୍ପଣିକୁ ନେଇ ଶିବରାଜ ପହିଛନ୍ତି ହଁ ମୁଁ ନଡ଼ିଆ ନେଇ ଯିବା ଆସିବା କରୁଛି କିନ୍ତୁ ସାମ୍ପେନ ବୋତଲ ନୁହେଁ । ସୂଚନାଯୋଗ୍ୟ, କମଲନାଥ କହିଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ହାତରେ ନଡ଼ିଆ ଧରି ବୁଲୁଛନ୍ତି । ଆଉ ଯେଉଁଠି ସୁଯୋଗ ମିଳୁଛି ସେଠି ବାଡେଇ ଦେଇ ନୂଆ ଘୋଷଣା କରିଦେଉଛନ୍ତି । ଏବେ ଏହାକୁ ନେଇ ଶିବରାଜ କହିଛନ୍ତି କମଲନାଥ ଯେଉଁ ବିକାଶ କାମକୁ ଠପ୍ କରିଦେଇଥିଲେ ଏବେ ଆମେ ତାକୁ ପୁଣିଥରେ ଆରମ୍ଭ କରିଛୁ । ସେଥିପାଇଁ ଏହା ତାଙ୍କୁ ଅଡୁଆ ଲାଗୁଛି । ସେଥିପାଇଁ ସେ ମୋତେ କହୁଛନ୍ତି ନଡ଼ିଆ ନେଇ ବୁଲୁଛୁ । ହେଲେ ନଡ଼ିଆ ତ ବିକାଶର ପ୍ରତିକ ।

Share