ନୂଆଦିଲ୍ଲୀ,୨।୩: ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାଜପା ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଲୋକସଭା ୨୯ ଆସନ ପାଇଁ ଭାଜପା ପ୍ରାଥୀ ଘୋଷଣା କରିଛି। ଯେଉଁଥିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରଦିତ୍ୟ ସିନ୍ଧିଆଙ୍କ ନାମ ରହିଛି।
ଏହି ତାଲିକାରେ ଶିବରାଜ ସିଂ ଚୌହାନ ବିଦିଶାଠାରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ବ୍ୟତୀତ ମୋରେନାର ଶିବ ମଙ୍ଗଲ ସିଂ ତୋମାର, ଭିଣ୍ଡରୁ ସାନ୍ଧ୍ୟା ରାୟ (ସଂରକ୍ଷିତ), ଗୁନା ଆସନରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସାଗର ଲତା ୱାନକେଡେ ଟିକେଟ ପାଇଛନ୍ତି।
ଭାଜପା ଏହାର ପ୍ରଥମ ତାଲିକାରେ ୨୮ ମହିଳାଙ୍କୁ ଟିକେଟ୍ ଦେଇଛି। ଏହା ବ୍ୟତୀତ ୪୭ ଜଣ ଯୁବ ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ୨୭ ଟି ଏସସି ଏବଂ ୧୮ ଟି ଏସଟି ପ୍ରାର୍ଥୀଙ୍କୁ ଭାଜପା ଟିକେଟ ଦେଇଛି। ଗୁରୁବାର ରାତିରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଲମ୍ବା ଆଲୋଚନା ପରେ ନାମଗୁଡିକ ଅନୁମୋଦନ କରାଯାଇଥିବା ଜଣା ପଡିଛି।
୨୦୧୯ ରେ ଭାଜପା ମଧ୍ୟପ୍ରଦେଶରେ ଏକପାଖିଆ ଜିତିଥିଲା। ଭାଜପା ୨୯ ଟି ସିଟ୍ ମଧ୍ୟରୁ ୨୮ ଟି ଜିତିଥିବାବେଳେ କଂଗ୍ରେସ କେବଳ ଗୋଟିଏ ସିଟ୍ ଜିତିଛି। ଛିନ୍ଦବାଡ଼ା କମଲ ନାଥଙ୍କ ଗଡ଼ ବୋଲି ବିବେଚନା କରାଯାଉଥିବା ଏହି ଆସନରେ କଂଗ୍ରେସର ନାକୁଳନାଥ ନାଥ ଜିତିଥିଲେ।