ଭୋପାଳ,୨୦।୪: ନିର୍ବାଚନ ବର୍ଷରେ ମଧ୍ୟ ପ୍ରଦେଶର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂ ଚୌହାନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨ ଗୁଣା କରିଛନ୍ତି। ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଗଠନ କରାଯାଇଥିବା ସମିତି ତା’ର ରିପୋର୍ଟ ଖୁବ ଶୀଘ୍ର ସରକାରଙ୍କୁ ଦେବ। ମିଳୁଥିବା ସୂଚନା ଅନୁଯାୟୀ, ରିପୋର୍ଟରେ ସମିତି ଭତ୍ତାକୁ ୨ ଗୁଣା କରିବାକୁ ସୁପାରିସ କରିଛି। ଯଦି ସରକାର ସମିତିର ସୁପାରିସକୁ ମାନି ଯିବେ ତେବେ ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଟିଏ ବା ଟ୍ରାଭେଲ ଆଲାଉନ୍ସ ୪୮ ଟଙ୍କାରୁ ବୃଦ୍ଧି ହୋଇ ୯୬ ଟଙ୍କା ହୋଇଯିବ।
ଏହାସହ ୨୦୨୩ରେ ବନ୍ଦ ଥିବା ବାହନ ଭତ୍ତାବି ଦେବାକୁ ସୁପାରିସ କରାଯାଇଛି। ସୂଚନାଯୋଗ୍ୟ, ବାହନ ଭତ୍ତା ଭାବେ ପ୍ରଥମେ ୧୫ ଟଙ୍କା ମିଳୁଥିଲା, ଯାହାକୁ ବୃଦ୍ଧି କରି ୩୦ ଟଙ୍କା କରାଯିବାକୁ ସୁପାରିସ କରାଯାଇଛି।