ଓମିକ୍ରନକୁ ନେଇ ଆକ୍ସନରେ ଶିବରାଜ, ଜାରି କଲେ ନୂଆ ଗାଇଡ ଲାଇନ

ଭୋପାଳ,୨୯ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟର ଆସିବା ପରେ ଏହାକୁ ନେଇ ମଧ୍ୟପ୍ରଦେଶର ଶିବରାଜ ସିଂ ସରକାର ଆକ୍ସନ ମୁଡକୁ ଆସିଯାଇଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ପ୍ରଥମତଃ ଶିକ୍ଷାନୁଷ୍ଠାନ ଗୁଡିକରେ ୫୦ ପ୍ରତିଶତ ପିଲାଙ୍କୁ ନେଇ ପାଠପଢା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ଶିକ୍ଷାନୁଷ୍ଠାନ ଆସିବା ଦରକାର । ଏହାସହ ମାସେ ମଧ୍ୟରେ ଯେଉଁମାନେ ବିଦେଶରୁ ଆସିଛନ୍ତି ସେମାନଙ୍କର କରୋନା ପରୀକ୍ଷା କରାଯିବ । ବିବାହ ବା ଅନ୍ୟ ଉତ୍ସବକୁ ନେଇ କଟାକଣା ଜାରି କରାଯାଇ ନ ଥିଲେ ମଧ୍ୟ ପ୍ରଶାସନ ଏହା ଉପରେ କଡା ନଜର ରଖିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଗତ ୫୦ ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ୫୦୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି ।

Share