କରୋନା ଯୋଦ୍ଧାଙ୍କୁ ପ୍ରଶଂସା କଲେ ସଂକ୍ରମିତ ମୁଖ୍ୟମନ୍ତ୍ରୀ

ଇନ୍ଦୋର,୨୬।୭: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୋଟିଏ ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିବା ଖବର ଆସିଥିବା ବେଳେ ଏବେ ତାଙ୍କର ଚିକିତ୍ସା ଚାଲିଛି। ଏହି ସମୟ ମଧ୍ୟରେ ଆଗଧାଡିର କରୋନା ଯୋଦ୍ଧାମାନେ ତାଙ୍କର ଯେଉଁଭଳି ସେବା କରିଛନ୍ତି ସେଥିପାଇଁ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଶିବରାଜ କହିଛନ୍ତି କରୋନା ଯୋଦ୍ଧାଙ୍କ ସ୍ବାର୍ଥ ବିହିନ ସେବାପାଇଁ ତାଙ୍କୁ ଅନେକ ଅନେକ ଧନ୍ୟବାଦ। ତେବେ କରୋନାରେ ସଂକ୍ରମିତ ହେବା ବ୍ୟକ୍ତି ଆଦୌ ଭୟ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। କରୋନାର କୌଣସି ଲକ୍ଷଣ ଦେଖିଲେ ତୁରନ୍ତ ଟେଷ୍ଟ କରି ଚିହ୍ନଟ କରାଗଲେ ଏହାର ଚିକିତ୍ସା ସମ୍ଭବ ବୋଲି ସେ କହିଛନ୍ତି। ତେଣୁ କେହି ଏହି ରୋଗକୁ ନ ଲୁଚାଇବା ସହ କରୋନାକୁ ନେଇ ଥିବା ସମସ୍ତ ନିୟମ ପାଳନ କଲେ ଏହି ଅଦୃଶ୍ୟ ଯୁଦ୍ଧରେ ଆମେ ବିଜୟୀ ହୋଇ ପାରିବା ବୋଲି ସେ କହିଛନ୍ତି। ତେବେ ଫେସ ମାସ୍କ, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବାକୁ ସେ ମଧ୍ୟ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Share