Categories: ଜାତୀୟ

ଲଭ୍‌ ଜେହାଦ୍‌ ପାଇଁ କଡ଼ା ଆଇନ ଆଣିବେ ଶିବରାଜ: ଦୋଷୀଙ୍କୁ ୧୦ ବର୍ଷ ଜେଲଦଣ୍ଡ

ଭୋପାଳ,୨୬।୧୨: ଲଭ୍‌ ଜେହାଦ୍‌ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସରକାର କଡ଼ା ଆଇନ ଆଣିବେ। ଏସମ୍ପର୍କିତ ଏକ ପ୍ରସ୍ତାବକୁ କା୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଧର୍ମ ସ୍ବତନ୍ତ୍ରତା ବିଧେୟକ-୨୦୨୦ ଅନ୍ତର୍ଗତ ଏହି ଆଇନ ପ୍ରଣୟନ କରାଯିବ। ଆଇନରେ ୧୯ଟି ବିଭିନ୍ନ ପ୍ରାବଧାନ ରହିଛି। ପୀଡ଼ିତ ପକ୍ଷଙ୍କ ପରିଜନଙ୍କ ଅଭିଯୋଗ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମିଛ କହି ଧର୍ମପରିବର୍ତ୍ତନ କରି ବିବାହ କରିଥିବା କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ କରାଯିବ। ସେହିପରି ସମ୍ପତ୍ତି ଲୋଭରେ ଧର୍ମପରିବର୍ତ୍ତନ କରି ବିବାହ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଏଭଳି ବିବାହର ମାନ୍ୟତା ରଦ୍ଦ କରାଯିବ। ଡିସେମ୍ବର ୨୮ରୁ ଆରମ୍ଭ ହେଉଥିବା ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନରେ ଏହାକୁ ଉପସ୍ଥାପନା କରାଯିବ ବୋଲି କୁହାଯାଉଛି।

Share