Categories: ଜାତୀୟ

ଶିବରାଜଙ୍କ ସରକାରଙ୍କ ପ୍ରତି ବିଭାଗରେ ଭରି ରହିଛି ଦୁର୍ନୀତି: କମଲନାଥ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜ୍ୟର ଭାଜପା ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରଙ୍କ ପ୍ରତି ବିଭାଗରେ ଦୁର୍ନୀତି ଭରି ରହିଛି। କୋଟି କୋଟି ଟଙ୍କାର ଦୁର୍ନୀତି ମାମଲାର ଖବର ପ୍ରକାଶ ପାଇଛି। ଆରଟିଓର ଏନେଇ ତଥ୍ୟ ଆସିଛି। ସରକାରଙ୍କ ପ୍ରତ୍ୟେକ ବିଭାଗରେ ଏଭଳି ଅବସ୍ଥା ଜାରି ରହିଛି। ଦୁର୍ନୀତି ପ୍ରତିଦିନ ଘଟି ଚାଲିଛି।

ଏଭଳି ସରକାରଙ୍କୁ ନିର୍ବାଚନରେ ଜନତା ଉଚିତ ଜବାବ ଦେବେ। ଭାଜପା ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଅଭିନୟ କରୁଛନ୍ତି। ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଭ୍ରାନ୍ତ କରୁଛନ୍ତି। ଏହା ଆଉ ବେଶି ଦିନ ଚାଲିବ ନାହିଁ। ଲୋକେ ଆଉ ବୋକା ବନିବେ ନାହିଁ।

Share