Categories: ଜାତୀୟ

ଶିବରାଜଙ୍କ ଅଭିନବ ପ୍ରୟାସ

ଭୋପାଳ,୨୬ା୫: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଙ୍ଗଳବାର ରାଜଧାନୀ ଭୋପାଳରେ ବୁଲି ବୁଲି କଣ୍ଢେଇ, ପୁସ୍ତକ ଆଦି ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱବ ସାରଙ୍ଗ ଓ ସ୍ଥାନୀୟ ବିଧାୟକ କ୍ରିଷ୍ଣା ଗୌର ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ। ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକର ପିଲାଙ୍କ ପାଇଁ ସେ ଲୋକଙ୍କୁ ବହି ଓ ଖେଳଣା ମାଗୁଥିବାବେଳେ ପ୍ରବଳ ଜନଗହଳି ହୋଇଥିଲା।

୩ ଘଣ୍ଟା ଭିତରେ ପ୍ରାୟ ୮୦୦ ମିଟର ଯାତ୍ରା କରି ମୁଖ୍ୟମନ୍ତ୍ରୀ ୧୦ ଟ୍ରକ୍‌ ପୁସ୍ତକ, ଖେଳଣା ଓ ଅନ୍ୟ ସାମଗ୍ରୀ ଠୁଳ କରିଥିଲେ। ଏଥିସହ ୨ କୋଟି ଟଙ୍କାର ଚେକ୍‌ ମଧ୍ୟ ଗ୍ରହଣ କରିଥିଲେ। ଏପରି କି କେତେଜଣ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ପାଇଁ ବ୍ୟକ୍ତି ଟିଭି, କୁଲର, ଫ୍ୟାନ୍‌ ଓ ଅନ୍ୟ ଆସବାବପତ୍ର ମଧ୍ୟ ଦାନ କରିଥିବା ଜଣାପଡ଼ିଛି। ଭୋପାଳରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକୁ ସେସବୁ ବିତରଣ କରାଯିବ

। ଅଭିନେତା ଅକ୍ଷୟ କୁମାର ଏଥିରେ ଅନୁପ୍ରାଣିତ ହୋଇ ରାଜ୍ୟର ୫୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରି ୧ କୋଟି ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share